ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ୫ ମାସ ତଳେ କରିଥିଲେ ବିବାହ

ଭୁବନେଶ୍ବର: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ୟୁନିଟ୍ ୯ ଭଗବତୀ ବସ୍ତିର ଏକ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନବବଧୂ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଅସ୍ପଷ୍ଟ ରହିଛି ।
ମାତ୍ର ୫ମାସ ତଳେ ବିବାହ କରିଥିଲେ ନବବଧୂ । ସ୍ବାମୀ ଓ ଦିଅରଙ୍କ ସହ ଭଗବତୀ ବସ୍ତିରେ ରହୁଥିଲେ । ମହିଳାଙ୍କ ଦେହରେ କ୍ଷତ ଚିହ୍ନ ଥିବା ନେଇ ସନ୍ଦେହ କରାଯାଉଛି ।