ସଇତାନ କହିଲା ସତ, ଗୁଜରାଟରେ ଖୋଲିଲା ନବ ଦାସ ମର୍ଡର ସସପେନ୍ସ

1 min read

ଝାରସୁଗୁଡ଼ା: ସଇତାନ କହିଲା ସତ । ଗତକାଲି ନବକିଶୋରଙ୍କ ହତ୍ୟାକାରୀ ଗୋପାଳକୃଷ୍ଣର ସରିଛି ନାର୍କୋ ଟେଷ୍ଟ । କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିଥିଲା? ମନ୍ତ୍ରୀଙ୍କୁ ହତ୍ୟା କରିବା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗ ଥିଲା ? କୌଣସି ବ୍ୟକ୍ତିଗତ ଶତୃତା ଥିଲା କି ? ଗାନ୍ଧୀନଗର SFSL ଲ୍ୟାବରେ ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଆଠ ଜଣିଆ ଟିମ୍ ଗାନ୍ଧୀନଗରରେ କ୍ୟାମ୍ପ ପକାଇଛି ।

ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ମାଧ୍ୟମରେ ହତ୍ୟା ମାମଲାର ପର୍ଦ୍ଦାଫାସ କରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ । ଗୋପାଳ ଜଣେ ପୋଲିସ କର୍ମଚାରୀ ହୋଇଥିବାରୁ ତା’ଠାରୁ ସତ ବାହାର କରିବା କଷ୍ଟ ହେଉଛି । ପୂର୍ବରୁ ଗୋପାଳର LVA ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ଆର୍ଥିକ କାରବାର ନେଇ ଅନୁଧ୍ୟାନ କରାଯାଇଛି । ଏଥିସହ ଜବତ ତଥ୍ୟ ପ୍ରମାଣର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ।