ହତ୍ୟା ନା ଆତ୍ମହତ୍ୟା ଧନ୍ଦି ହେଉଛି ପୋଲିସ: ହେଲେ ସତ କ’ଣ?

1 min read

ଭୁବନେଶ୍ୱର: ଦିନକୁ ଦିନ ବୁଢ଼ିଆଣି ଜାଲ ଭଳି ଛନ୍ଦି ହୋଇଯାଉଛି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । କିଏ କହୁଛି ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ତ କିଏ କହୁଛି ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି । ଏହାରି ଭିତରେ ପ୍ରତିଦିନ ସାମ୍ନାକୁ ଆସୁଛି ରୋଚକ ତଥ୍ୟ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ତଦନ୍ତ କରୁଥିବା ଜିଆରପି ଆଜି ପୁଣି ପିପୁଲ ଫର ସେବାର ଦୁଇ ସଦସ୍ୟଙ୍କୁ ଡାକି ଜେରା କରିଛି ।

ସେପଟେ ବିକାଶ ଏବଂ ବିଦ୍ୟାଶ୍ରୀଙ୍କ ବାର୍ତ୍ତାଳାପର ଏକ ଅଡିଓ ଟେପ୍‌ ଭାଇରାଲ ହୋଇଛି । ଯାହା ମୃତ୍ୟୁମା ମଲାକୁ ଆହୁରି ସନ୍ଦେହ ଭିତରକୁ ଠେଲି ଦେଇଛି । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ କାଠଗଡାରେ ଜିଆରପି । ୧୧ ଦିନ ପରେ ବି ମିଳୁନି ମୃତ୍ୟୁର ଠୋସ୍ ପ୍ରମାଣ ।

ଠିକ ଏତିକି ବେଳେ ନନ୍ଦିଘୋଷ ଟଭି ହାତରେ ଲାଗିଛି ଏକ ଅଡିଓ କ୍ଳିପ୍ । ଅଡିଓରେ ବିକାଶ ଏବଂ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ସଂପର୍କରେ କଥା ହେଉଛନ୍ତି । ଯେଉଁଥିରେ ବିଦ୍ୟାଶ୍ରୀଙ୍କୁ ଆଦିତ୍ୟ ମାନସିକ ନିର୍ଯ୍ୟାତନା ଦେବା କଥା ବିଦ୍ୟାଶ୍ରୀ ବିକାଶଙ୍କୁ କହୁଛନ୍ତି । ଶୁଣନ୍ତୁ ଆଦିତ୍ୟଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ବିକାଶ ଏବଂ ବିଦ୍ୟଶ୍ରୀ ଫୋନ୍‌ରେ କଥା ହୋଇଥିବା ସେଇ ୪ ମିନିଟ୍‌ର କାହାଣୀ

ସେପଟେ ଆଦିତ୍ୟଙ୍କ ମୃତ୍ୟୃକୁ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କୁ ଜେରା କରାଯାଇସାରିଲାଣି । ଆଜି ମଧ୍ୟ ପିପୁଲ୍‌ ଫର ସେବାର ଦୀପକ ଏବଂ ସୌମ୍ୟଙ୍କୁ ଦୀର୍ଘ ଦେଢଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି ଜିଆର୍‌ପି । ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ମାନସିକ ସ୍ଥିତି କିପରି ଥିଲା ? ଆଦିତ୍ୟ ତାଙ୍କ ମନର କଥା କିଛି କହିଥିଲେ କି ? ତାଙ୍କର କେହି ଶତ୍ରୁ ଥିଲେ କି ?

ପାରିବାରିକ ଅଶାନ୍ତି ଦେଇ ଆଦିତ୍ୟ ଗତି କରୁଥିବାର କିଛି ସୁରାକ ଅଛି କି ? ଏଭଳି କିଛି ପ୍ରଶ୍ନ ପଚାରି ଦୁଇ ଜଣଙ୍କୁ ଛାଡିଦେଇଛି ପୋଲିସ୍  । ଏହାସହ ଆଦିତ୍ୟଙ୍କର ବଲାଙ୍ଗୀରର ଜଣେ ବନ୍ଧୁଙ୍କୁ ମଧ୍ୟ ଜିଆର୍‌ପି ଥାନାରେ ହାଜର ହେବା ପାଇଁ ନୋଟିସ ପଠାଇଛି  । ସେପଟେ ଆଦିତ୍ୟ ଆତ୍ମହତ୍ୟା କରିଥିବେ ବୋଲି ମାନୁ ନାହାଁନ୍ତି ପିପୁଲ୍‌ ଫର ସେବାର ସଦସ୍ୟ । ଆଦିତ୍ୟ ଯଦି ଆତ୍ମହତ୍ୟା କଲେ ତେବେ ତାଙ୍କ ଶରୀରରେ କ୍ଷତ ଚିହ୍ନ କାହିଁକି ନଥିଲା ବୋଲି ପ୍ରଶ୍ନ କରିଛନ୍ତି କରିଛନ୍ତି ପିପୁଲ୍‌ ଫର ସେବାର ଓକିଲ ।

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ଉଠିବ ପରଦା, ସାମ୍ନାକୁ ଆସିଲା ବିକାଶ-ବିଦ୍ୟାଶ୍ରୀଙ୍କ ଅଡିଓ ରେକର୍ଡ…

ଆଦିତ୍ୟଙ୍କ ମୃତ୍ୟୁ ପରେ ପରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳୁଛି । କେତେବେଳେ ବିକାଶ ଏବଂ ପପୁକୁ ବିଦ୍ୟାଶ୍ରୀ ଦୋଷ ଦେଉଛନ୍ତି ତ ପୁଣି କେତେବେଳେ ବିଦ୍ୟାଶ୍ରୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ଆଦିତ୍ୟଙ୍କ ସାଙ୍ଗସାଥି । ମୃତ୍ୟୁ ଘଟଣାରେ ୩୦ ଜଣଙ୍କୁ ଜେରା ହୋଇଥିବା ବେଳେ ଘଟଣାରେ ମୁଖ୍ୟ ଚରିତ୍ର କୁହାଯାଉଥିବା ପପୁ-ବିକାଶ ଏବଂ ବିଦ୍ୟାଶ୍ରୀଙ୍କୁ କେବେ ମୁହାଁମୁହିଁ ଜେରା କରିବ କି ଜିଆରପି ତା ଉପରେ ସମସ୍ତଙ୍କ ନଜର ।

Leave a Reply