ରାତିସାରା ଧାରଣାରେ ବସିବା ପରେ ଚା’ ନେଇ ଆସିଥିଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ସଂସଦଙ୍କ ଦାବି । ସଂସଦ ପରିସରରେ ସାରା ରାତି ଧାରଣାରେ ବସିଲେ ନିଲମ୍ବିତ ୮ ସାଂସଦ । ଆଜି ସକାଳୁ ଧାରଣାରେ ବସିଥିବା ସାଂସଦଙ୍କୁ ଭେଟିଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ ।  ସାଂସଦଙ୍କ ପାଇଁ ଚା ନେଇ ଯାଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ । ତେବେ ସେମାନେ ଚା ପିଇବାକୁ ମନା କରିଥିଲେ ।

କୃଷି ବିଲ୍ ପ୍ରତ୍ୟାହାର ଓ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଦାବିରେ ସାଂସଦମାନେ ଧାରଣାରେ ବସିଛନ୍ତି । ସେମାନଙ୍କ ପ୍ରତି ହୋଇଥିବା ନିଲମ୍ବନ ଆଦେଶ ଅଗଣାତାନ୍ତ୍ରୀକ ବୋଲି କହିଛନ୍ତି ସାଂସଦ ।  ଧାରଣାରେ ବସିଥିବା ସାଂସଦମାନଙ୍କୁ ସମର୍ଥନ ଜଣାଇଛି କଂଗ୍ରେସ ।

ବିଶୃଙ୍ଖଳିତ ଆଚରଣ ପାଇଁ ଡେରେକ ଓବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା , ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ କରିମଙ୍କୁ ଗତକାଲି ନିଲମ୍ବିତ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ । ଏହାପରେ ପ୍ରତିବାଦରେ ଧାରଣାରେ ସାରା ରାତି ବସିଥିଲେ ସାଂସଦ । ସେପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଆପ୍ ସାଂସଦ ସଂଜୟ ସିଂହ । କୃଷକ ବିରୋଧୀ କଳା ବିଲକୁ ପ୍ରତ୍ୟାହାର ପାଇଁ ଉପାଧ୍ୟକ୍ଷଙ୍କୁ କହିଥିବା ସଂଜୟ ସିଂହ ଟ୍ବିଟ୍ କରିଛନ୍ତି ।

Leave a Reply