୨୪ ଘଣ୍ଟା ଭିତରେ ନିରଂଜନ ସମର୍ଥକଙ୍କୁ ଗିରଫ କର : ଇତିଶ ପ୍ରଧାନ

ଭୁବନେଶ୍ୱର: ପଦାରେ ପଡୁଛି କଂଗ୍ରେସର ଗୋଷ୍ଠୀ କନ୍ଦଳ । କଂଗ୍ରେସ ବିରୋଧରେ ଲଢୁଛି କଂଗ୍ରେସ । ଏବଂ ଥମିବାର ନାଁ ନେଉନି କଂଗ୍ରେସର ଗୋଷ୍ଠୀ କନ୍ଦଳ । କେତେ ବେଳେ ବଡ଼ବଡ଼ିଆଙ୍କ ମଧ୍ୟରେ ତ କେତେବେଳେ ତଳିଆ କର୍ମଚାରୀଙ୍କ ମଧ୍ୟରେ ତେଜୁଛି ଗୋଷ୍ଠୀ କନ୍ଦଳ ।

 ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରାଯାଇଛି ତୀବ୍ର ବିରୋଧ । ଗତକାଲି ସଂଧ୍ୟାରେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମର୍ଥକଙ୍କ ସହ ପିସିସି ସଭାପତିଙ୍କ ପୋଷ୍ଟର ଜାଳିବା ,ସହ ଜୋରଦାର ପ୍ରତିବାଦ କରିଛନ୍ତି । ସେ ଅଭିଯୋଗ କରିଛନ୍ତି,  ପିସିସି ସଭାପତି ଗୁଣ୍ଡା ଲଗାଇ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି ।

ଏନେଇ ସେ ଖାରବେଳ ଥାନାରେ ଅଭିଯୋଗ କରିଛନ୍ତି  । ୨୪ ଘଣ୍ଟା ଭିତରେ ନିରଂଜନ ସମର୍ଥକଙ୍କୁ ଗିରଫ କରାନଗଲେ ସେ, ଘରେ ପଶି ମାଡ଼ ମାରିବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଥାଉକି, କଂଗ୍ରେସର ନୂଆ ପ୍ୟାନେଲିଷ୍ଟ ତାଲିକାକୁ ନେଇ ୩ ଦିନ ହେବ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

Leave a Reply