ଦନ୍ତାହାତୀର ମୃତଦେହ ଉଦ୍ଧାର: ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ

ଅନୁଗୁଳ: ସନ୍ଦେହଜନକ ଭାବେ ଦନ୍ତା ହାତୀର ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପାଳଲହଡ଼ା ବନାଞ୍ଚଳର ସଇଡ଼ା ପଞ୍ଚାୟତର ବିଜୁ ସାହି ନିକଟ ନାଳରୁ ହାତୀର ମୃତଦେହ ଠାବ ହୋଇଛି । ନାଳ ମଧ୍ୟରେ ହାତୀଟି ମରି ପଡ଼ିବାର ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବିଗତ ୨ ମାସରୁ ଅଧିକ ସମୟ ହେବ ଦନ୍ତା ହାଟି ହଲରୁ ଅଲଗା ହୋଇ ଗାଁ ନିକଟରେ ବୁଲାବୁଲି କରୁଥିଲା  । ହାତୀଟି ଫସଲ ନଷ୍ଟ କରୁଥିବା ବେଳେ ଲୋକେ ତାକୁ ଘଉଡ଼ାଇ ଦେଇଥିଲେ । ଆଜି ହାତୀର ମୃତଦେହ ମିଳିଥିବା ପରେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଣେ ବନ ବିଭାଗ କହିବା ଅନୁଯାୟୀ ନାଳ ଉପରୁ ତଳକୁ ପଡ଼ିଯାଇ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବନ ବିଭାଗ ତଦନ୍ତ ଜାରି ରଖିଥିବା କହିଛନ୍ତି ରେଞ୍ଜର ।