ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ । କେନ୍ଦୁଝର ଜିଲ୍ଲା ସଦର ଥାନା ବାଂଶପାଳ ଆମୁଣି ଗାଁ ନିକଟରେ ଯୁବକଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଫୁଲଝର ଗାଁର ତରଣୀସେନ ମଣ୍ଡଳ । ଆଜି ସକାଳେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ ତରଣୀସେନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ନିକଟରେ ଏକ ପଥର ମଧ୍ୟ ପଡ଼ିଛି । ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।