ଭାରତରେ ମଙ୍କିପକ୍ସ ରୋଗୀ, ସଜାଗ ଓଡିଶା; ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଭାରତରେ ମଙ୍କିପକ୍ସ ରୋଗୀ ଚିହ୍ନଟ ପରେ ସଜାଗ ଓଡିଶା । ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ମଙ୍କିପକ୍ସକୁ ନେଇ ଜଳ, ସ୍ଥଳ, ଆକାଶ ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି।

ମଙ୍କିପକ୍ସ ଉଚ୍ଚ ସଂକ୍ରମିତ । ପ୍ରଭାବିତ ଦେଶରୁ ଆସିଥିବା ଯୋଗୁଁ ସନ୍ଦିଗ୍ଧ ରୋଗୀଙ୍କୁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଇସୋଲେଟ କରିକି ରଖାଯାଇଛି। ପରୀକ୍ଷା ନିରୀକ୍ଷା କରାଯାଉଛି । ଓଡ଼ିଶାରେ ଯଦି କିଏ ଲକ୍ଷଣ ଆସିଲା ତେବେ ସଙ୍ଗରୋଧ କରାଯିବ। କଣ୍ଟାକ୍ଟ ଆଭଏଡ କରିବାକୁ ସ୍ୱାସ୍ଥ୍ୟ ବିଭାଗ  ପରାମର୍ଶ ଦେଇଛି । ଏଭଳି କେସ ଆସିଲେ ବୁଲିବାକୁ ଦିଆଯିବ ନାହିଁ । ଏହା ସିଧା ଭାରତ ସରକାର ଦ୍ୱାରା ତଦାରଖ କରାଯାଉଛି । ଯଦି କେହି ସ୍ଲିପ ହୋଇକି ରାଜ୍ୟକୁ ଆସିଲେ ତାଙ୍କୁ ଆଇସୋଲେସନ କରାଯିବ। ଅନବୋର୍ଡିଂ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ଫିଲଟରେସନ ହେଉଛି । ଫ୍ଲାଇଟ ଏଣ୍ଟ୍ରି ପଏଣ୍ଟରେ ଭାରତ ସରକାରଙ୍କ ହେଲଥ ଟିମ ଅଛି। ସେହି ଟିମ ସହ ସ୍ୱାସ୍ଥ୍ୟ ବିଭାଗର ସମନ୍ଵୟ ରହିଛି।

ଦେଶରେ ଏହି କେସ ଛଡା ଆଉ କିଛି ନୂଆ ମାମଲା ନାହିଁ । ତେଣୁ କେହି ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଜ୍ୱର ସହ ରାସେସ ଏହାର ଲକ୍ଷଣ। ଘିମିରି ଭଳି ରାସେସ ହୋଇ ସେଥିରେ ପାଣି ହୋଇଯିବ । ଏଭଳି ହେଲେ ଆଇସୋଲେଟ ହେବେ ଓ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚିକିତ୍ସିତ ହେବେ । କୋଭିଡ ଭଳି ଚିକିତ୍ସା ହେବ। ପାରାସିଟାମଲ ସହ କୋଭିଡ ଭଳି ଆଣ୍ଟି ଭାଇରାଲ ଦିଆଯିବ। କୋଭିଡରେ ବି ଆଇସୋଲେସନ ହେଉଥିଲା । ଘିମିରି ଭଳି ଫୋଟକା ପାଣିରୁ ଅଧିକ ଇନଫେକସନ ହୁଏ । ମଙ୍କିପକ୍ସରେ ଲୋକାଲ ଇନଫେକ୍ସନ ହୋଇପାରେ । ନିମୋନିଆ ଓ ବ୍ରେନକୁ ବି ଧରିପାରେ । ଏବେ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥ ଉପରେ ନଜର ରହିଛି । ଭାରତ ସରକାରଙ୍କ ଏକ ୟୁନିଟ ଏହାକୁ ନିୟନ୍ତ୍ରଣ କରୁଛି ବୋଲି ସ୍ବାସ୍ଥ୍ଯ ବିଭାଗ କହିଛି ।