ଲଳିତ ମୋଦୀଙ୍କ ସହ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ସୁସ୍ମିତା

1 min read

ନୂଆଦିଲ୍ଲୀ: ବିବାହ ଓ ନିର୍ବନ୍ଧ ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ଦେଲେ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ । ଗତକାଲି ଲଳିତ ମୋଦୀ ଟ୍ୱିଟ କରି ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବା କଥା କହିଥିଲେ । ପରେ ଆଉ ଏକ ଟ୍ୱିଟ କରି ସୁସ୍ମିତା ଙ୍କ ସହ କେବଳ ଡେଟ୍ କରୁଥିବା କଥା କହି ସଫେଇ ଦେଇଥିଲେ । ଏହାପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ଉଭୟଙ୍କୁ ନେଇ ଟ୍ରୋଲ କରାଯାଇଥିଲା । କିନ୍ତୁ ଏହାର ୨୪ ଘଣ୍ଟା ପରେ ସୁସ୍ମିତା ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ସବୁ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

 

 

View this post on Instagram

 

A post shared by Sushmita Sen (@sushmitasen47)

ନିଜ ଦୁଇ ଝିଅଙ୍କ ସହ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୁସ୍ମିତା ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ମୁଁ ଏବେ ଏକ ହାପି ପ୍ଲେସରେ ଅଛି । ନା ମୁଁ ବିବାହ କରିଛି ନା ନିର୍ବନ୍ଧ । ବିନା କୌଣସି ସର୍ତ୍ତରେ ଭଲପାଇବାରେ ଘେରି ରହିଛି । ବହୁତ ସଫେଇ ଦିଆଗଲା, ଏବେ କାମ ଓ ଜୀବନକୁ ଫେରିଯିବା । ମୋ ଖୁସିରେ ଭାଗ ହୋଇଥିବାରୁ ଧନ୍ୟବାଦ ଆଉ ଯେଉଁମାନେ ସାମିଲ ହୋଇନାହାନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ । ଏଥିସହିତ ଆପଣମାନଙ୍କର କୌଣସି ଲେଣଦେଣ ନାହିଁ  ।