spot_img

Latest Posts

ସୁସ୍ମିତାଙ୍କ ଖୁଲାସା: ରିଲେସନସିପ ଆରମ୍ଭରେ ନିଜ ବୟସ ଲୁଚାଇଥିଲେ ବୟଫ୍ରେଣ୍ଡ ରୋହମାନ

ସୁସ୍ମିତା ସେନ୍ ଗତ ଦେଢ଼ ବର୍ଷ ଧରି ମଡେଲ୍ ରୋହମାନ୍ ଶାଲ୍ ଙ୍କୁ ଡେଟ୍ କରୁଛନ୍ତି। ରୋହମାନଙ୍କ ସହ ରିଲେସନସିପ ବିଷୟରେ ଅନୁପମା ଚୋପ୍ରାଙ୍କର ଏକ ସାକ୍ଷାତକାରରେ ସୁସ୍ମିତା ଅନେକ କଥା କହିଛନ୍ତି ।

ସୁସ୍ମିତା କହିଛନ୍ତି, ଇନଷ୍ଟାଗ୍ରାମ ମାଧ୍ୟମରେ ମୋତେ ରୋହମାନଙ୍କ ସହ ପରିଚିତ କରାଯାଇଥିଲା। ରୋହମାନ ମୋତେ ଏକ ଡାଇରେକ୍ଟ ମେସେଜ ପଠାଇଲେ ଯାହାର ମୁଁ ରିପ୍ଲାଏ ଦେଇଥିଲି । ଏହା ପରେ ଆମର କଥାବାର୍ତ୍ତା ଆରମ୍ଭ ହେଲା । ପ୍ରଥମେ ପ୍ରଥମେ ରୋହମାନ ମୋତେ ତାଙ୍କ ବୟସ ଲୁଚାଉଥିଲେ । ମୁଁ ତାଙ୍କୁ ପଚାରିଲି, ତୁମର ବୟସ କେତେ? ତୁମେ ବହୁତ ଛୋଟ ଦେଖାଯାଉଛ । ପରେ ମୁଁ ଜାଣିଲି ସେ ମୋ ଠାରୁ ବୟସରେ ଛୋଟ ଏବଂ ସେଥିପାଇଁ ସେ ମୋ ସହ ଏହି କଥା ସେୟାର କରିବା ପାଇଁ ଚାହୁଁନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସୁସ୍ମିତା କହିଛନ୍ତି ଯେ, ଆମେ ଏହି ସଂମ୍ପର୍କକୁ ବାଛିନୁ, ଭଗବାନ ଆମ ସଂମ୍ପର୍କରୁ ଗଢ଼ିଛନ୍ତି ।

ରୋହମାନ ୧୫ ବର୍ଷ ସାନ:

ରୋହମାନ ଏବଂ ସୁସ୍ମିତାଙ୍କ ମଧ୍ୟରେ ୧୫ ବର୍ଷର ପାର୍ଥକ୍ୟ ରହିଛି । ସୁସ୍ମିତା ସେନଙ୍କୁ ବର୍ତ୍ତମାନ ୪୪ ବର୍ଷ ବୟସ ଏବଂ ରୋହମାନଙ୍କୁ ୨୯ ବର୍ଷ ବୟସ ହୋଇଛି ।   ଉଭୟ ଲକଡାଉନ୍ ଅବଧିରେ ଏକାଠି ରୁହୁଥିବା ଦେଖିବାକୁ ମିଳିଛି । ସୁସ୍ମିତାଙ୍କ ଦୁଇ ଝିଅ ରେନେ ଏବଂ ଆଲିଶାଙ୍କ ସହ ରୋହମାନଙ୍କର ମଧ୍ୟ ଭଲ ସମ୍ବଦ୍ଧ ରହିଛି।

ଆର୍ଯ୍ୟରେ ସୁସ୍ମିତାଙ୍କୁ ପୁଣିଥରେ ଦେଖିବାକୁ ମିଳିବ:

ସୁସ୍ମିତା ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି। ତାଙ୍କୁ ଡିଜନି-ହଟଷ୍ଟାରର ୱେବସିରିଜ ଆର୍ଯ୍ୟରେ ଦେଖିବାକୁ ମିଳିବ | ଏହି ସିରିଜ୍ ହେଉଛି ଡଚ୍ ସିରିଜ୍ ପେନୋଜାର ଏକ ହିନ୍ଦୀ ରିମେକ୍ | ନିର୍ଦ୍ଦେଶକ ରାମ ମାଧୱାନୀଙ୍କ ସହ ଆର୍ଯ୍ୟ ଜୁନ୍ ୧୯ ରୁ ଷ୍ଟ୍ରିମ୍ ହେବ ।

ସୁସ୍ମିତା ୫ ବର୍ଷ ପୂର୍ବେ ବଙ୍ଗଳା ଚଳଚ୍ଚିତ୍ର ନିର୍ବାକରେ ଅଭିନୟ କରିଥିଲେ। ଦଶ ବର୍ଷ ପୂର୍ବେ ସୁସ୍ମିତା ଏକ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା ‘ନୋ ​​ପ୍ରୋବଲେମ୍’ ଯାହା ୨୦୧୦ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ଆନିସ୍ ବାଜମି ।

Latest Posts

Don't Miss