spot_img

Latest Posts

ବିଧିବଦ୍ଧ ଭାବେ ଦାୟିତ୍ବ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି

ନନ୍ଦିଘୋଷ ବ୍ୟୁରୋ : ବିଧିବଦ୍ଧ ଭାବେ ଦାୟିତ୍ବ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି। ସିଂହ ଦରବାରରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ନେପାଳରେ ଜାରି ରହିଥିବା ଅସ୍ଥିରତା ଓ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ସେ ଗୁରୁ ଦାୟିତ୍ବ ବହନ କରିଛନ୍ତି। ଗୃହମନ୍ତ୍ରାଳୟ ଅଧୀନରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ସେ ମୁଖ୍ୟ ସଚିବ ଓ ସମସ୍ତ ମନ୍ତ୍ରାଳୟର ସଚିବମାନଙ୍କ ସହ ବୈଠକ କରିଛନ୍ତି। ଦେଶବାସୀଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇଦେବାକୁ ସେ ପରାମର୍ଶ ଦେଇଛନ୍ତି। ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳ ଗଠନ ହେବ ବୋଲି ସୂଚନା ମିଳିଛି। ନେପାଳରେ ଜେନ ଜେଡ ବିକ୍ଷୋଭ ପରେ କେ. ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ସେ ଦାୟିତ୍ବ ନେଇଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ନେପାଳ ସଂସଦ ଭଙ୍ଗ ଘଟଣାକୁ ବିରୋଧ କରିଛନ୍ତି ନେପାଳର ପ୍ରମୁଖ ରାଜନୈତିକ ଦଳ ଓ ନେପାଳ ବାର୍ ଆସୋସିଏସନ। ସଂସଦ ଭଙ୍ଗ ଘଟଣା ଅଗଣତାନ୍ତ୍ରିକ ବୋଲି କହିଛି ନେପାଳୀ କଂଗ୍ରେସ। ସେହିପରି ନେପାଳୀ କଂଗ୍ରେସ ସହ ସ୍ବର ମିଳାଇଛନ୍ତି ସିପିଏନ-ୟୁଏମଏଲ ଓ ସିପିଏନ ମାଓଇଷ୍ଟ ସେଣ୍ଟର।

Latest Posts

Don't Miss