ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥଙ୍କ ବଡ଼ ବୟାନ: ରିୟାଙ୍କ ବିରୋଧରେ ମିଛ ବୟାନ ଦେବା ପାଇଁ ବାଧ୍ୟ କରିଥିଲେ ସୁଶାନ୍ତଙ୍କ ପରିବାର

1 min read

ନୂଆଦିଲ୍ଲୀ: ଅଡୁଆ ସୁତାରେ ଛନ୍ଦି ହେଉଛି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଘଟଣାକୁ ନେଇ ସବୁ ଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । ବଦଳୁଛି ତଦନ୍ତର ଦିଗ, ତେଜୁଛି ଆରୋପ ପ୍ରତ୍ୟାରୋପ । ନେପୋଟିଜିମ୍, ଗାର୍ଲଫ୍ରେଣ୍ଡ ପରେ ଆର୍ଥିକ କାରବାରକୁ ନେଇ ତଦନ୍ତ ଚାଲିଛି । ସେପଟେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପଠାନୀ । ରିୟାଙ୍କ ବିରୋଧରେ ବୟାନ ଦେବାକୁ  ସୁଶାନ୍ତଙ୍କ ପରିବାର ତାଙ୍କ ଉପରେ ଚାପ ପକାଉଥିବା ସେ ପୋଲିସକୁ ସୂଚନା ଦେଇଛନ୍ତି ।

ବାନ୍ଦ୍ରା ପୋଲିସକୁ ସିଦ୍ଧାର୍ଥ ଏକ ଇମେଲ ପଠାଇଛନ୍ତି । ଏଥିରେ ରିୟାଙ୍କ ବିରୋଧରେ ମିଛ ବୟାନ ଦେବାକୁ ସୁଶାନ୍ତଙ୍କ ପରିବାର ଲୋକେ ଚାପ ପକାଯାଉଥିବା କୁହାଯାଇଛି । ଜୁଲାଇ ୨୮ରେ ଇମେଲ ପଠାଇଛନ୍ତି ସିଦ୍ଧାର୍ଥ । ସେପଟେ ମାମଲା ନେଇ ସୁପ୍ରିମକୋର୍ଟରେ ଦଲିଲ ରଖିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଜୁନ ୮ ତାରିଖ ପର୍ଯ୍ୟନ୍ତ ସେ ସୁଶାନ୍ତଙ୍କ ସହ ଲିଭ-ଇନରେ ଥିଲେ  । ସଂପର୍କ ଶେଷ ବେଳକୁ ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ  । ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ  ।

ବିହାରରେ ରିୟାଙ୍କ ବିପକ୍ଷରେ ସୁଶାନ୍ତଙ୍କ ବାପା ଦେଇଥିବା ଏଫ୍‌ଆଇଆର ମୁମ୍ବାଇ ଟ୍ରାନ୍ସଫର ପାଇଁ ସେ ଦାବି କରିଛନ୍ତି । ଏହାସହ ସୁଶାନ୍ତଙ୍କ ପରିବାର ସୁଶାନ୍ତ ମୃତ୍ୟୁ ମାମଲାରେ ଯାଞ୍ଚକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି । କାରଣ ସୁଶାନ୍ତଙ୍କ ଭିଣୋଇ ଏଡିଜି ଓ ପି ସିଂହଙ୍କ ଚାପରେ ସୁଶାନ୍ତଙ୍କ ପରିବାର ବିହାରରେ ଏଫଆଇଆର ରୁଜୁ କରିଛନ୍ତି  ।

ରିୟା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ମିତୁ ଓ ଭିଣୋଇ ଓ ପି ସିଂହ ସିଦ୍ଧାର୍ଥଙ୍କୁ ଫୋନ କରି ତାଙ୍କ ବିରୋଧରେ ସୁଶାନ୍ତ ଖର୍ଚ୍ଚ କରିଥିବା ଅର୍ଥର ଖୋଳତାଡ କରାଯାଉ ବୋଲି ଚାପ ପକାଇଥିଲେ । ଏଥିରେ ବିହାର ସରକାର ହସ୍ତକ୍ଷେପ ମଧ୍ୟ କରିଛନ୍ତି  । ବିହାର ସରକାର ସୁପ୍ରିମକୋର୍ଟ କ୍ୟାଭିଏଟ ସହ ଏକ ଆବେଦନ ପତ୍ର ଦାଖଲ କରିଛନ୍ତି  ।

ଆବେଦନରେ କହିଛନ୍ତି, ବିହାର ପୋଲିସ ଦ୍ୱାରା ତଦନ୍ତ ଜାରି ରହୁ  । ରିୟାଙ୍କ ଦାବିକୁ ବିହାର ସରକାର ଅଗ୍ରାହ୍ୟ କରିବାକୁ ନିବେଦନ କରିଛନ୍ତି  । ସେପଟେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିବା ୧୫କୋଟି ଟଙ୍କାର ଖୋଳତାଡ଼ ପରେ ମୃତ୍ୟୁ  ରହସ୍ୟ ଖୋଲିପାରେ। ଏନେଇ ଇଡିର ତନାଘନା ଜାରିରହିଛି । ଏହାରି ଭିତରେ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ବର୍ଷେ ଭିତରେ ସୁଶାନ୍ତଙ୍କ ଖର୍ଚ୍ଚସୂଚୀ ଦେଇଛନ୍ତି ।

ସେପଟେ ବିହାର ପୋଲିସ ମଧ୍ୟ ସୁଶାନ୍ତଙ୍କ ଆକାଉଣ୍ଟ ଯାଞ୍ଚ କରୁଛି  । ବାନ୍ଦ୍ରାରେ ଏକ ବ୍ୟାଙ୍କରେ ବିହାର ପୋଲିସ ସୁଶାନ୍ତଙ୍କ ଆର୍ଥିକ ନେଣଦେଣର ଖୋଳତାଡ କରିଛି  । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା କହିଛନ୍ତି ତାଙ୍କ ଟ୍ରେନର । ଯାହା ତାଙ୍କ ଶରୀର ଓ ମସ୍ତିସ୍କରେ ମଧ୍ୟ ପ୍ରଭାବ ପକାଉଥିଲା ।

Leave a Reply