କ’ଣ ନିଖୋଜ ଅଛନ୍ତି ରିଆ ଚକ୍ରବର୍ତ୍ତୀ? ଜାଣନ୍ତୁ କ’ଣ କହିଲେ ମୁମ୍ବାଇ ପୋଲିସ୍‌

ସୁଶାନ୍ତ ସିଂ ରାଜପୂତଙ୍କ ପରିବାର ଯେବେଠାରୁ ରିଆଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସେହି ଦିନଠାରୁ ଏହି ମାମଲା ଅଧିକ ଗମ୍ଭୀର ହୋଇ ଯାଇଛି । ପୋଲିସ ମଧ୍ୟ ତଦନ୍ତକୁ କଡ଼ାକଡ଼ି କରି ଦେଇଛି । ଗୋଟିଏ ପକ୍ଷରେ ବିହାର ପୋଲିସ୍ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ଗିରଫ ହେବା ଭୟରେ ଲୁଚି ରହିଛନ୍ତି ବୋଲି କହିଥିବା ବେଳେ, ଅନ୍ୟ ପକ୍ଷରେ ମୁମ୍ବାଇ ପୋଲିସ ଏହାର ଜଓ୍ୱାବ ଦେଇ ସାରିଛି ଏବଂ ରିଆଙ୍କ ବୟାନ୍ ରେକର୍ଡ଼ ସରିଛି ବୋଲି କହିଛନ୍ତି ।

ମୁମ୍ବାଇ ପୋଲିସର କହିବା ଅନୁସାରେ ରିଆ ଜାଣିଶୁଣି ଲୁଚି ନାହାଁନ୍ତି । ସେ ଏହି ଘଟଣାରେ ଆରମ୍ଭରୁ ପୋଲିସକୁ ସାହାଯ୍ୟ କରୁଥିବା କହିଛି ପୋଲିସ୍ । ଏହା ସହିତ ଯେବେ ମଧ୍ୟ ରିଆଙ୍କୁ ଡକାଯାଇଛି ସେ ଉପସ୍ଥିତ ହୋଇଛନ୍ତି ଏବଂ ସେ ପ୍ରଥମେ ଏହି ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଉ ବୋଲି ବୟାନ୍ ଦେଇଥିବା କହିଛି ମୁମ୍ବାଇ ପୋଲିସ୍ ।

କହିରଖୁଛୁ ନିକଟରେ ଭାଇରାଲ ହେଉଥିବା ରିଆ ଚକ୍ରବର୍ତ୍ତୀଙ୍କ ଏକ ଭିଡ଼ିଓରେ ରିଆ ଭାବ ବିହ୍ୱଳ ହୋଇ ଥିବାର ନଜର ଆସିଛି । ଏହା ସହିତ ସେ ସତ୍ୟମେବ ଜୟତେର ନାରା ଲଗାଇ ନିର୍ଦ୍ଦୋଷ ଥିବା କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ ବିହାର ପୋଲିସର କହିବା ଅନୁସାରେ ରିଆଙ୍କ ସହିତ ମୋବାଇଲ ଦ୍ୱାରା ଯୋଗାଯୋଗ ହୋଇ ପାରୁନାହିଁ । ରିଆଙ୍କ ଉପରେ ଲୁକଆଉଟ୍ ନୋଟିସ୍ ଜାରି କରିବାକୁ ନେଇ ବିଚାର କରୁଛି ବିହାର ପୋଲିସ୍ । ରିଆଙ୍କୁ ପଚାରିବା ପାଇଁ ପ୍ରଶ୍ନ ମଧ୍ୟ ପ୍ରସ୍ତୁତି ସରିଛି ।

Leave a Reply