ସୁଶାନ୍ତଙ୍କ ଦେହାନ୍ତ ପରେ ନିଜକୁ ଦାୟୀ କଲେ କରଣ: ଇନ୍ଷ୍ଟାଗ୍ରାମରେ ଲେଖିଲି କିଛି ଏଭଳି କଥା
1 min readମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଖ୍ୟାତ ସିନେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର । ସେ କହିଛନ୍ତି ‘ ଗତ କିଛି ବର୍ଷ ହେଲା ମୁଁ ଆପଣଙ୍କ ସହ ଟଚ୍ରେ ନଥିବାରୁ ମୁଁ ନିଜେ ନିଜକୁ ଦାୟୀ କରିବି ।, ମୁଁ ବହୁବାର ଅନୁଭବ କରିଛି ଆପଣ ନିଜ ଜୀବନ ନେଇ କାହା ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ କେବେ ସେ ନେଇ ଆପଣଙ୍କ ସହ ଆଲୋଚନା କରିନାହିଁ । ଆଗକୁ ସେମିତି ଭୁଲ ଆଉ କେବେ ହେବ ନାହିଁ ।’
https://www.instagram.com/p/CBacnPSJRtT/?utm_source=ig_embed
ସୂଚନା ଯୋଗ୍ୟ ରବିବାର ସକାଳେ ସୁଶାନ୍ତ ସିଂହଙ୍କୁ ନିଜ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ତାଙ୍କ ଘରୁ କୌଣସି ସୁଇସାଇଟ୍ ନୋଟ୍ ମିଳିନଥିବା ସୂଚନା ରହିଛି ।
ତେବେ କରଣ ଜୋହର ସୁଶାନ୍ତ ସିଂହ ରାଜପୁତଙ୍କ ସହ ଶେଷ ଫିଲ୍ମ ଡ୍ରାଇଭ୍ ନିର୍ମାଣ କରିଛନ୍ତି । ଯାହା ନେଟ୍ଫ୍ଳିକ୍ସରେ ପ୍ରସାରିତ ହେବ । କରଣ ଆହୁରୀ ଲେଖିଛନ୍ତି ଯେ, ଆପଣଙ୍କ ପଜିଟିଭ୍ ସ୍ମାଇଲ୍ ଓ ଅନ୍ୟକୁ ସମ୍ବୋଧନ କରିବାର ଅନ୍ଦାଜ ସବୁବେଳ ପାଇଁ ମନେରହିବ ।
https://twitter.com/karanjohar/status/1272111382905802753
ସିନେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା ପୂର୍ବରୁ ସୁଶାନ୍ତ କିଛି ସିନେ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ତାଙ୍କ ଦ୍ୱାରା ଅଭିନୀତ ପବିତ୍ର ରିସ୍ତା ଦୀର୍ଘ ୫ ବର୍ଷ ଧରି ପ୍ରସାରିତ ହୋଇଥିଲା । ଦର୍ଶକ ଏହାକୁ ଖୁବ୍ ପ୍ରଶଂସା କରିଥିଲେ ।
ଏହାପରେ ୨୦୧୩ରେ ସେ କାଇ ପୋ ଛେ, ଏମ୍ଏସ୍ ଧୋନୀ ଦି ଅନ୍ ଟୋଲ୍ଡ ଷ୍ଟୋରୀ, କେଦାରନାଥ, ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି ଭଳି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି । ‘ଛିଛୋରେ’ ତାଙ୍କ ଦ୍ୱାରା ଅଭିନୀତ ଶେଷ ଫିଲ୍ମ ଯାହା ପରଦାକୁ ଆସିଥିଲା ଏବଂ ଦର୍ଶକଙ୍କ ମନ ଜିଣିଥିଲା ।