ଅଙ୍କିତାଙ୍କୁ ଚାଟ୍ ମାଧ୍ୟମରେ ଏମିତି ଲେଖିଥିଲେ ସୁଶାନ୍ତ ! ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାରରେ ତାଙ୍କ ପିତା ଅଭିଯୋଗ କରିଥିଲେ । ଏହା ପରେ ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି ବିହାର ପୋଲିସ ଏବଂ ମାମଲା ସମ୍ବନ୍ଧରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କ ବୟାନ ରେକର୍ଡ କରିଛି। ଏହାସହ ବିହାର ପୋଲିସ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଚକ୍ରବତିଙ୍କ ଘରକୁ ମଧ୍ୟଯାଇଥିଲେ । କିନ୍ତୁ ରିୟା ତାଙ୍କ ଘରେ ନଥିଲେ । ସୂଚନା ଅନୁସାରେ ଏହାପରେ ହିଁ ପୋଲିସ ସୁଶାନ୍ତଙ୍କ ଭଉଣୀ ସହ ଭେଟିଥିଲେ ।

ସୁଶାନ୍ତଙ୍କ ପିତା କେ.କେ ସିଂ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗରେ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ସହ ଆଉ ୪ଜଣଙ୍କ ନାଁରେ ଏଫଆଇଆର କରିଛନ୍ତି। ରିୟାଙ୍କ ସହ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସାନ୍ଧ୍ୟା ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ ଚକ୍ରବର୍ତ୍ତୀ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପିତା ।

ଅଙ୍କିତାଙ୍କ ବୟାନ 

ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ମଧ୍ୟ ସୁଶାନ୍ତଙ୍କ ମୁମ୍ବାଇ ଘରେ ତାଙ୍କ ପରିବାର ସହ ଭେଟିଥିଲେ । ଅଙ୍କିତା ଏବଂ ସୁଶାନ୍ତଙ୍କ ପିତାଙ୍କ ମଧ୍ୟରେ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା । ସୂଚନାନୁସାରେ, ଏହା ପରେ ସୁଶାନ୍ତଙ୍କ ପିତା ପ୍ରଥମ ଥର ପାଇଁ ପୋଲିସକୁ କହିଥିଲେ ଯେ ରିୟାଙ୍କ ସତ୍ୟତା ଉପରେ ଅନୁସନ୍ଧାନ କରାଯାଉ। ଅଙ୍କିତା ମଧ୍ୟ ପାଟନା ଯାଇଥିବା ଖବର ଆସିଥିଲା। ବିହାର ପୋଲିସ ସୂତ୍ର ଅନୁଯାୟୀ, ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଅଙ୍କିତା ଲୋଖଣ୍ଡେ ଦୁଇଥର ପାଟନା ଯାଇଥିଲେ।

ଏହି ସମୟରେ ଅଙ୍କିତା ସୁଶାନ୍ତ ସିଂଙ୍କ ଭଉଣୀ ଶ୍ୱେତାଙ୍କୁ ଭେଟିଥିଲେ। ଯେହେତୁ ଶ୍ୱେତା ଏବଂ ଅଙ୍କିତା ପରସ୍ପରକୁ ଦୀର୍ଘ ଦିନରୁ ଜାଣିଥିଲେ ଏବଂ ଦୁହିଁଙ୍କର ଭଲ ସମ୍ପର୍କ ଥିଲା, ତେଣୁ ଅଙ୍କିତା ଏହି ଏବଂ ସୁଶାନ୍ତ ସିଂଙ୍କ ମଧ୍ୟରେ ହୋଇଥିବା ଚାଟକୁ ଶ୍ୱେତାଙ୍କୁ ଦେଖାଇଥିଲେ |

ସୁଶାନ୍ତ ସିଂ ଅଙ୍କିତାଙ୍କୁ କହିଛନ୍ତି ଯେ “ଏହି ସମ୍ପର୍କରେ ସେ ଅତ୍ୟନ୍ତ ବିବ୍ରତ, ସେ ଏହାକୁ ଶେଷ କରିବାକୁ ଚାହୁଁଛନ୍ତି । କାରଣ ରିୟା ଚକ୍ରବର୍ତ୍ତୀ ତାଙ୍କୁ ବହୁତ ହଇରାଣ କରୁଛନ୍ତି।” ଏହି ଚାଟ୍ ବିହାର ପୋଲିସର ତଦନ୍ତର ଏକ ଅଂଶ ହୋଇପାରିଛି ।

ଏହି ଚାଟ୍ ଦେଖିବା ପରେ ହିଁ ରିୟା ଏବଂ ତାଙ୍କ ପରିବାର ଉପରେ ସୁଶାନ୍ତଙ୍କ ପରିବାରର ସନ୍ଦେହ ବଢିଥିଲା । ବର୍ତ୍ତମାନ ବିହାର ପୋଲିସ ମଧ୍ୟ ଏହି ମାମଲାରେ ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚରା କରିବାକୁ ଯାଉଛି ।

Leave a Reply