ଡାକ୍ତରଙ୍କ ବଡ଼ ଖୁଲାସା: ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ୍ କରି ପଶ୍ଚାତାପ କରୁଥିଲେ ସୁଶାନ୍ତ

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଏବେ ପୋଲିସ ଖୋଜିବାରେ ଲାଗିଛି । ସୁଶାନ୍ତଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ ସେ ଡିପ୍ରେସନର ଶିକାର ଥିଲେ । ଅବଶ୍ୟ ତାଙ୍କୁ କେଉଁ କଥା ବେଶି ଚିନ୍ତିତ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି କେସର ଯାଞ୍ଚ ବେଳେ ପୋଲିସ ସୁଶାନ୍ତଙ୍କ ଡାକ୍ତରଙ୍କର ମଧ୍ୟ ବୟାନ ରେକର୍ଡ କରିଛି । ସେ ସୁଶାନ୍ତଙ୍କ ରିଲେସନସିପ୍ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ।

ଅଙ୍ଗିତାଙ୍କ ସହ ବ୍ରେକଅପ ପରେ କିଛି ଦିନ ଠିକ୍ ରହିଲେ ସୁଶାନ୍ତ-

ଏକ ବ୍ରେକିଂବୁମ୍ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍ ପୋଲିସକୁ କହିଛନ୍ତି ଯେ ସୁଶାନ୍ତ ତାଙ୍କ ନିକଟକୁ ୬ ମାସ ପୂର୍ବରୁ ଆସିଥିଲେ। ଗତ ୧ ବର୍ଷ ଧରି ସେ ଡିପ୍ରେସନରେ ଥିଲେ ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବ୍ରେକଅପ୍ ପରେ କିଛି ଦିନ ପାଇଁ ସବୁକିଛି ଠିକ୍ ଥିଲା  । ଏହା ପରେ କ୍ରିତି ସାନନ୍ ତାଙ୍କ ଜୀବନରେ ଆସିଥିଲେ କିନ୍ତୁ ସମ୍ପର୍କ ଅଧିକ ଦିନ ରହିପାରିଲା ନାହିଁ  ।

ଅଭିନେତାଙ୍କ ଝିଅ ସହ ଗଢ଼ିଉଠିଥିଲା ସଂପର୍କ-

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏହା ପରେ ତାଙ୍କ ଜୀବନରେ ଜଣେ ଜଣାଶୁଣା ଅଭିନେତାଙ୍କ ଝିଅ ଆସିଥିଲେ  । ଦୁହେଁ ଏକାଠି ଫିଲ୍ମ କରିଥିଲେ ଏବଂ ସେମାନଙ୍କର ଘନିଷ୍ଠତା ବଢ଼ିବାରେ ଲାଗିଥିଲା ​​କିନ୍ତୁ ସେହି ଅଭିନେତ୍ରୀଙ୍କ ମାଆ ତାଙ୍କୁ ସୁଶାନ୍ତଙ୍କଠାରୁ ଦୂରରେ ରହିବାକୁ କହିଥିଲେ । ଏହା ପରେ ଦୁହିଁଙ୍କର ବ୍ରେକଅପ ହୋଇଥିଲା ।

ସୁଶାନ୍ତଙ୍କୁ ଆସୁଥିଲା ଅଜିବ ଅଜିବ ଚିନ୍ତାଧାରା-

ଏହି ସମୟରେ ସୁଶାନ୍ତଙ୍କ PR ମ୍ୟାନେଜର ଦିଶା ସାଲିଆନ୍ ମଧ୍ୟ ବ୍ୟକ୍ତିଗତ କାରଣରୁ ତାଙ୍କଠୁ ନିଜକୁ ଦୂରେଇ ରଖିଥିଲେ। ଏହି ସମୟ ତାଙ୍କ ମଧ୍ୟରେ ବହୁ ପରିବର୍ତ୍ତନ ଦେଖିବାରୁ ମିଳିଥିଲା ବୋଲି ଡାକ୍ତର କହିଛନ୍ତି। ସେ କହିଥିଲେ ଯେ ସୁଶାନ୍ତ ଶୋଇ ପାରୁନଥିଲେ ଏବଂ ତାଙ୍କୁ ଅଜବ ଅଜବ ଶବ୍ଦ ଶୁଭୁଥିଲା। ଡାକ୍ତର କହିବା ଅନୁଯାୟୀ ସୁଶାନ୍ତ ତାଙ୍କ ପାଖକୁ ମାତ୍ର ୩ ଥର ଆସିଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କ ବ୍ୟବହାରରେ ଖୁସି ନଥିଲେ ସୁଶାନ୍ତ-

ସୁଶାନ୍ତଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ବିଷୟରେ ମଧ୍ୟ ଡାକ୍ତର କହିଥିଲେ। ସେ କହିଥିଲେ ଯେ ରିୟା ଜଣେ କମନ୍ ଫ୍ରେଣ୍ଡଙ୍କ ମାଧ୍ୟମରେ ସୁଶାନ୍ତଙ୍କୁ ଭେଟିଥିଲେ। ରିୟା ସେତେବେଳେ ତାଙ୍କର ଜଣେ ବନ୍ଧୁଙ୍କ ସହ ଭର୍ସୋଭାରେ ରହୁଥିଲେ । କିଛି ଦିନ ପରେ ସେ ଆସି ସୁଶାନ୍ତଙ୍କ ସହ ରହିବାକୁ ଲାଗିଲେ। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଡାକ୍ତରଙ୍କୁ ମଧ୍ୟ କହିଛନ୍ତି ଯେ ରିୟାଙ୍କ ଆଚରଣରେ ସେ ଖୁସି ନଥିଲେ । ଯେତେବେଳେ ସୁଶାନ୍ତ ସୋସିଆଲ ମିଡିଆରେ ରିୟାଙ୍କ ସହ ସମ୍ପର୍କ ସମ୍ବନ୍ଧୀୟ ପୋଷ୍ଟ କରିଥିଲେ, ସେତେବେଳେ ସେ ମଧ୍ୟ ତାଙ୍କ ସହ ଝଗଡ଼ା କରିଥିଲେ ।

ସୁଇସାଇଡର ଦିନକ ପୂର୍ବରୁ ଫୋନ ଉଠାଇନଥିଲେ ରିୟା-

ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ଖବର ସାମ୍ନାକୁ ଆସିଛି ଯେ, ରିୟା ସୁଶାନ୍ତଙ୍କ ସହ ରହୁଥିଲେ । ସେ କିଛି ଦିନ ପୂର୍ବରୁ ନିଜ ଆପାର୍ଟମେଣ୍ଟ ଛାଡିଥିଲେ। ଏଥିସହ ରବିବାର ଦିନ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ସୁଶାନ୍ତ ତାଙ୍କୁ ଫୋନ କରିଥିଲେ, କିନ୍ତୁ ରିୟା ତାଙ୍କ ଫୋନ ଉଠାଇ ନଥିଲେ। ସୁଶାନ୍ତ ଡାକ୍ତରଙ୍କୁ କହିଥିଲେ ଯେ, ସେ ଅଙ୍କିତାଙ୍କ ସହ ଅତ୍ୟନ୍ତ ନିବିଡ଼ ଭାବେ ଆଟାଚ୍ ଥିଲେ ଏବଂ ଅଙ୍କିତାଙ୍କ ପରେ ତାଙ୍କ ଜୀବନରେ ଏପରି କୌଣସି ଝିଅ ଆସିନଥିଲେ ଯିଏ ତାଙ୍କୁ ଅଙ୍କିତା ପରି ଭଲ ପାଇବା ଦେଇପାରୁଥିଲେ ।

ଅଙ୍କିତାଙ୍କ ସହ ବ୍ରେକଅପର ପଶ୍ଚାତାପ-

ଡାକ୍ତର ପୋଲିସକୁ କହିଛନ୍ତି ଯେ, ସୁଶାନ୍ତ ଅଙ୍କିତାଙ୍କୁ ହରାଇବା ପରେ ତାଙ୍କୁ ଖୁବ ମନେ ପକାଉଥିଲେ । ସେ ଅନୁଭବ କଲେ ଯେ ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ କରି ସେ ଭୁଲ୍ କରିଛନ୍ତି। ଡାକ୍ତର ଆଉ ଏକ କଥା ମଧ୍ୟ କହିଥିଲେ ଯେ, ସୁଶାନ୍ତ ଗୋଟିଏ କଥାକୁ ବିଭିନ୍ନ ଦିଗରୁ ଚିନ୍ତା କରୁଥିଲେ । ଡାକ୍ତରଙ୍କ କହିବାନୁସାରେ, ତାଙ୍କର ମସ୍ତିଷ୍କ ବାଇପୋଲାର (ଦ୍ୱିପାକ୍ଷିକ) ଥିଲା । ସୁଶାନ୍ତ ରିଲେସନପିସରେ ଖୁସି ନଥିଲେ । ସୁଶାନ୍ତଙ୍କର ଡାକ୍ତରଙ୍କ ସହିତ ଆପୋଏଣ୍ଟମେଣ୍ଟ ମଧ୍ୟ ଥିଲା କିନ୍ତୁ ଲକଡାଉନ କାରଣରୁ ସେ ଚିକିତ୍ସା କରାଇପାରୁନଥିଲେ ।

ନିକଟରେ ଆସିଥିଲେ ଅଙ୍କିତାଙ୍କ ନିର୍ବଦ୍ଧ ଖବର-

ଜଣାଇ ରଖୁଛୁ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କିଛି ଦିନ ପୂର୍ବରୁ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନଙ୍କ ନିର୍ବଦ୍ଧ କରିଥିଲେ ଖବର ଆସିଥିଲା । ବିଗତ ଦଶ ଦିନ ଧରି ସୁଶାନ୍ତ ଠିକ୍ ନଥିବା କଥା ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରକାଶ କରିଛନ୍ତି ।

Leave a Reply