ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ହୋଇଥିଲା ଅପଡେଟ୍ ! କିଏ କରିଥିଲା ?
2 min readମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତା ଉପରୁ ପରଦା ହଟିପାରିନି । ଏବେ ବି ତଦନ୍ତ ଚାଲିଥିବାବେଳେ ଏଥିରେ ଆସିଛି ଏକ ଟ୍ବିଷ୍ଟ । ଏମିତି କିଛି ତଥ୍ୟ ଯାହା ଆପଣଙ୍କୁ ଚମକାଇଦେବ । ୱିକିପିଡିଆର ଅପଡ଼େଟ୍ ହିଷ୍ଟ୍ରି କହୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଆସିବା ଆଗରୁ ତାହା ୱିକିପିଡିଆରେ ଅପଡ଼େଟ୍ ହୋଇଯାଇଥିଲା ।
ସକାଳ ୮ଟା ୫୯ମିନିଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ୱିକିପିଡିଆରେ ଅପଡେଟ୍ ହୋଇଯାଇଥିଲା । କିନ୍ତୁ ମୁମ୍ବାଇ ପୋଲିସ ତଥ୍ୟ କହୁଛି, ସକାଳ ୯ଟା ୩୦ମିନିଟରେ ସୁଶାନ୍ତ ଜୁସ୍ ପିଇଲେ ଏବଂ ୧୦ଟାରେ ରୁମକୁ ଗଲେ । ଏହାର କିଛି ସମୟ ପରେ ଆସିଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର ।
How could this be possible.A person adding to his Wikipedia page that he died by suicide at 9.08 am.That means someone already knew it before his death that he will commit suicide..There is something fishy..CBI needs to investigate..#AmitShahDoJusticeForSSR@Neil_Panchtilak pic.twitter.com/n4qB1yOKPk
— mamta chandra (@mamtalily) June 29, 2020
ତେବେ କିପରି ଆତ୍ମହତ୍ୟା ପୂର୍ବରୁ ୱିକିପିଡିଆରେ ତଥ୍ୟ ଅପଡେଟ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏ ସମସ୍ତ ଦିଗ ପୁଣିଥରେ ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।
ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକ ଓ ପରିବାର ଲୋକ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଅଭିନେତା ଶେଖର ସୁମନ ଓ କଙ୍ଗନା ରଣାୱତ ଏହାର ତଦନ୍ତ ଦାବି କରୁଛନ୍ତି । କଙ୍ଗନାଙ୍କ କହିବା ହେଉଛି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା । ଏଣେ ବିହାରର କିଛି ସଂଗଠନ ଏହାର ସିବିଆଇ ତଦନ୍ତ ଦାବି କରୁଛନ୍ତି ।
Sushant's mysterious death is very heart breaking. Mumbai police is calling it a suicide but there are many evidences that clearly show that it was a planned murder. @AmitShah request you to provide a cbi investigation.#AmitShahDoJusticeForSSR pic.twitter.com/VxZFK5S7CY
— Ä…. (@Optimistic_AP) June 29, 2020
ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ #JusticeForSushantSinghRajput ଏବଂ #CBIForSushantSinghRajput ହାସଟ୍ୟାଗ ଟ୍ରେଣ୍ଡ କରୁଛି । ଲୋକମାନେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିପାରୁନାହାନ୍ତି ଏବଂ ତାଙ୍କ ମୃତ୍ୟୁର CBI ଯାଞ୍ଚ ଦାବି କରୁଛନ୍ତି ।