ସୁଶାନ୍ତଙ୍କୁ ଦିଆ ଯାଇଥିଲା ବିଷ? ଗୁମର ଖୋଲିବ ଭିସେରା ଯାଞ୍ଚ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପରେ ୧୪ ଜୁନରେ ତାଙ୍କ ମରଶରୀରକୁ ମୁମ୍ବାଇର କୁପର ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା । ଦ୍ୱିପ୍ରହରରେ ନିଆଯାଇଥିବା ମୃତ ଶରୀରକୁ ରାତି ସୁଦ୍ଧା ପୋଷ୍ଟମର୍ଟମ କରି ଛାଡ଼ି ଦେଇଥିଲା ପୋଲିସ୍ । ଏହି ମଧ୍ୟରେ କାହିଁକି ତରତର ହୋଇ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରାଗଲା ବୋଲି ଅନେକ ପ୍ରଶ୍ନ ଉଠାଇଲେ । ପୋଷ୍ଟମର୍ଟମ ପରେ ସୁଶାନ୍ତଙ୍କ ଭିସରା ଯାଞ୍ଚ୍ ପାଇଁ ସୁରକ୍ଷିତ ରଖି ଦିଆଯାଇଥିଲା । ଭିସେରାକୁ ଯାଞ୍ଚ୍ କରୁଥିବା ଏମ୍ସ ମେଡିକଲ ଟିମ୍ ଏହି ମାମଲାକୁ ସମାଧାନ କରିବାରେ ସହାୟକ ହୋଇପାରନ୍ତି ।

ଏମ୍ସର ଫରେନ୍ସିକ ଟିମ୍ ସୁରକ୍ଷିତ ରଖା ଯାଇଥିବା ସୁଶାନ୍ତଙ୍କ ଭିସେରାଙ୍କୁ ଯାଞ୍ଚ୍ କରୁଛନ୍ତି । ସୁଶାନ୍ତଙ୍କୁ ବିଷ ଦିଆଯାଇନାହିଁ ତ? ଏଭଳି ସନ୍ଦେହ କରୁଛନ୍ତି ଡାକ୍ତରୀ ଟିମ୍ । ଏମ୍ସର ଫରେନ୍ସିକ ଡିପାର୍ଟମେଣ୍ଟ ମୁଖ୍ୟ ଏବଂ  ସୁଶାନ୍ତ ମୃତ୍ୟୁ ମାମଲା ପାଇଁ ଗଠିତ ମେଡିକଲ ବୋର୍ଡ଼ ଚେୟାରମ୍ୟାନ ଡାକ୍ତର ସୁଧୀର ଗୁପ୍ତାଙ୍କ କହିବା ଅନୁସାରେ ଏହି କିଛି ଦିନ ମଧ୍ୟରେ ଯାଞ୍ଚ୍ କରାଯିବ ଏବଂ ରିପୋର୍ଟ ମଧ୍ୟ ଆସିଯିବ ।

ଏମ୍ସ ନିକଟରେ ଭିସେରା ପରୀକ୍ଷଣ ପାଇଁ ସମସ୍ତ ଉପକରଣ ମହଜୁଦ ଅଛି । ଏହି ଉପକରଣ ଏଫବିଆଇ ଦ୍ୱାରା ବ୍ୟବହାର କରାଯାଏ । ସୁଶାନ୍ତଙ୍କ ମାମଲାରେ ଏମ୍ସର ତିନି ଡାକ୍ତରୀ ଦଳ ସୁଶାନ୍ତଙ୍କ ଶରୀରର ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଛନ୍ତି । ଏହି ପଚରାଉଚରାରେ ଏମ୍ସ ଡାକ୍ତର ସୁଶାନ୍ତଙ୍କ ଗଳାରେ ଥିବା କ୍ଷତକୁ ନେଇ ପ୍ରଶ୍ନ କରିଥିଲେ ।

ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ବେକରେ ଥିବା ଦାଗ ଏବେ ମଧ୍ୟ ସନ୍ଦେହ ଘେରରେ ।

Leave a Reply