spot_img

Latest Posts

ସୁଶାନ୍ତଙ୍କୁ ନେଇ ତିଆରି ହେବ ବାୟୋପିକ୍‌, ଭୋଜପୁରୀ ଷ୍ଟାର୍‌ ଖେସାରି କହିଲେ ଏମିତି କଥା..

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ଏକ ମାସ ବିତିଗଲାଣି । ତାଙ୍କ ମୃତ୍ୟୁ ଖବରରୁ ପ୍ରଶଂସକମାନେ ଏପର୍ଯ୍ୟନ୍ତ ବାହାରି ପାରି ନାହାଁନ୍ତି । ଏବେବି ସୁଶାନ୍ତ ସମସ୍ତଙ୍କ ମନ ଭିତରେ । ଅଭିନେତାରୁ ଚଳଚ୍ଚିତ୍ର ସମାଲୋଚକ ହୋଇଥିବା KRK ସୁଶାନ୍ତଙ୍କୁ ନେଇ ଏକ ବାୟୋପିକ୍ ପ୍ରସ୍ତୁତ କରିବାକୁ କହିଥିଲେ । ବର୍ତ୍ତମାନ ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ଉପରେ ଭୋଜପୁରୀ ଚଳଚ୍ଚିତ୍ର ନିର୍ମାଣ ବିଷୟରେ ନିଜର ମତ ଦେଇଛନ୍ତି ।

ସୁଶାନ୍ତଙ୍କ ଉପରେ ତିଆରି ହେବ ଫିଲ୍ମ

ଯେତେବେଳେ ଖେସାରି ଲାଲ ଯାଦବଙ୍କୁ ପଚରାଗଲା ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇଛି, ଆପଣ ଭାବୁଛନ୍ତି କି ତାଙ୍କ ପ୍ରଶଂସକଙ୍କୁ ଧ୍ୟାନରେ ରଖି ତାଙ୍କୁ ନେଇ ଭୋଜପୁରୀରେ ଏକ ଫିଲ୍ମ ନିର୍ମାଣ କରାଯିବା ଉଚିତ୍ ?

ଏହାର ଉତ୍ତର ରଖି ଖେସରୀ ଲାଲ ଯାଦବ କହିଛନ୍ତି, ଯଦି ଭୋଜପୁରୀରେ ତାଙ୍କୁ ନେଇ କୌଣସି ଫିଲ୍ମ ତିଆରି ହୁଏ, ତେବେ ସାରା ବିଶ୍ୱ ତାଙ୍କ ସତ୍ୟତା ଜାଣି ପାରିବ ନାହିଁ । ତାଙ୍କୁ ନେଇ ଫିଲ୍ମ ତିଆରି ହେଉ କିନ୍ତୁ ହିନ୍ଦୀ ଭାଷାରେ ତିଆରି ହେଉ କାରଣ ହିନ୍ଦୀ ହେଉଛି ଆମର ମାତୃଭାଷା  ।  ମୁଁ ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ସହ ଏକ ମିଟିଙ୍ଗ କରିବାକୁ ଯାଉଛି  । ମୁଁ ତାଙ୍କୁ କହିବି ସେ ସୁଶାନ୍ତଙ୍କ ଉପରେ ଏକ ଫିଲ୍ମ ତିଆରି କରିବେ ଏବଂ ମୁଁ ଏହି ଚଳଚ୍ଚିତ୍ର ପାଇଁ କୌଣସି ଫିସ୍ ନେବି ନାହିଁ ।

Kesharilal yadav

ସୁଶାନ୍ତଙ୍କ ମୃତ୍ୟୁ ଉପରେ ସେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, ଯଦି ସୁଶାନ୍ତ ସିଂଙ୍କର ବାପା ତାଙ୍କ ପାଖରେ ଥାଆନ୍ତେ, ସେ ବୋଧେ ଏପରି କାମ କରିନଥାନ୍ତେ କାରଣ ପିତାମାତା ସେହି ନିର୍ମଳ ଛାଇ ପରି ଥାନ୍ତି, ଯାହା ସେମାନଙ୍କ ପିଲାଙ୍କୁ ପ୍ରତ୍ୟେକ ଅସୁବିଧାରୁ ବାହାର କରିଦିଏ ।  ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆକୁ ଅଲବିଦା କହିଥିଲେ । ତାଙ୍କୁ ମୃତଦେହ ମୁମ୍ବାଇସ୍ଥିତ ବାସଭବନରେ ମିଳିଥିଲା ।

ସୁଶାନ୍ତଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ ଅଛନ୍ତି । ତାଙ୍କ ମୃତ୍ୟୁକୁ ଏକ ମାସ ମଧ୍ୟ ହୋଇଗଲାଣି । ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ଲେଖିଥିଲେ । ଅନ୍ୟପକ୍ଷରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ । ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା ଜୁଲାଇ ୨୪ ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସଞ୍ଜନା ସଙ୍ଘୀ ମୁଖ୍ୟ ଭୂମିକାରେ ଥିବାବେଳେ ଚଳଚ୍ଚିତ୍ରଟି ହଟଷ୍ଟାରରେ ଷ୍ଟ୍ରିମିଂ ହେବ ।

Latest Posts

Don't Miss