ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନରେ ଆଉ ଜଣେ ଗିରଫ, ଆଜି ଅପରାହ୍ନରେ ରିୟାଙ୍କ ଗିରଫଦାରି ନେଇ ବଢିଲା ଚର୍ଚ୍ଚା

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନ୍ ନେଇ ଏନସିବିର ତନାଘନା । ପୁଣି ରିୟାଙ୍କୁ ଜେରା କରୁଛି ଏନସିବି । ରିୟାଙ୍କ ପାଇଁ ଝୁଲୁଛି ଗିରଫଦାରୀ ଖଣ୍ଡା । ଅପରାହ୍ନ ୩ଟା ପରେ ରିୟାଙ୍କୁ ଗିରଫ କରାଯାଇପାରେ ବୋଲି କୁହାଯାଉଛି । ରିୟାଙ୍କୁ ଭାଇ ସୌଭିକ, ମିରାଣ୍ଡା, ଦୀପକଙ୍କ ସହ ସାମନାସାମନି ଜେରା କରିପାରେ ଏନସିବି । ଡ୍ରଗ୍‌ସ ଲିଙ୍କ ନେଇ ରିୟାଙ୍କୁ ପଚରାଉଚରା କରାଯାଉଛି ।

ସେପଟେ ଡ୍ରଗ୍‌ସ ଡିଲର ଜୈଦ, ସାମୁଏଲ ମିରାଣ୍ଡା, ସୌଭିକଙ୍କର ମେଡିକାଲ ଟେଷ୍ଟ କରାଯାଇଛି । ଗତକାଲି ୬ଘଣ୍ଟା ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରିୟା ମୁହଁ ଖୋଲିଥିଲେ। ମାର୍ଚ୍ଚ ୧୭ରେ ସାମୁଏଲ୍ ମିରାଣ୍ଡା ଡ୍ରଗ୍‌ସ ଆଣିବାକୁ ଜୈଦଙ୍କ ନିକଟକୁ ଯାଇଥିଲେ । ଏସଂପର୍କରେ ରିୟା ଜାଣିଥିଲେ । କେବଳ ସେତିକି ନୁହେଁ, ରିୟା ଓ ସୌଭିକ ଡ୍ରଗ୍‌ସ ଡିଲରଙ୍କ ସହ ଡ୍ରଗ୍‌ସ ପାଇଁ କୋଅର୍ଡିନେସନ୍ କରୁଥିବା ମାନିଛନ୍ତି । ଭାଇ ସୌଭିକଙ୍କ ଦ୍ବାରା ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍‌ସ ମଗାଉଥିଲେ ।

ଡ୍ରଗ୍‌ସ ଲିଙ୍କ ମାମଲାରେ ମୁମ୍ବାଇରୁ ଅନୁଜ କେଶଓ୍ବାନୀ ନାମକ ଜଣେ ଡ୍ରଗ୍‌ସ ଡିଲରଙ୍କୁ ଗିରଫ କରାଯାଇଛି । କାଇଜେନ୍ ଇବ୍ରାହିମଙ୍କୁ ପଚରାଉଚରା ବେଳେ ତାଙ୍କ ନାଁ ସାମନାକୁ ଆସିଥିଲା । ତାଙ୍କ ନିକଟରୁ ଡ୍ରଗ୍‌ସ ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି । ଅନୁଜଙ୍କ ଗିରଫଦାରୀ ପରେ ଡ୍ରଗ୍‌ସ ମାମଲାର କମର୍ସିଆଲ୍ ଆଙ୍ଗଲ ନେଇ ଯାଞ୍ଚ କରାଯିବ ।

Leave a Reply