Sushant Singh Rajput Case : ସୁଶାନ୍ତଙ୍କ ସଂଚୟ ଚିନ୍ତା, ଅଡ଼ିଓ କ୍ଲିପ୍ କହୁଛି ଅନେକ କଥା

1 min read

ମୁମ୍ବାଇ :  ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି ।  ଗତ ଜାନୁୟାରୀ ମାସରେ ହୋଇଥିବା ସୁଶାନ୍ତଙ୍କ ଏକ ଫୋନ କଲର ଅଡ଼ିଓ କ୍ଲିପ ଏବେ ଭାଇରାଲ ହେଉଛି । ଗଣମାଧ୍ୟମର ଖବର ଅନୁସାରେ ଏଥିରେ ସୁଶାନ୍ତ, ରିୟା,ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ କିଛି ଅର୍ଥନୈତିକ ପରାମର୍ଶଦାତା ସୁଶାନ୍ତଙ୍କ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ବିଷୟରେ ଆଲୋଚନା କରୁଛନ୍ତି । ସୁଶାନ୍ତ ଏଥିରେ ଟ୍ରଷ୍ଟ ଆରମ୍ଭ କରିବା ପାଇଁ କଥା ହେଉଛନ୍ତି । ଏହା ସହିତ ଭବିଷ୍ୟତକୁ ନେଇ ମଧ୍ୟ ସୁଶାନ୍ତ ଆଲୋଚନା କରୁଛନ୍ତି । କେବଳ ସେତିକି ନୁହେଁ ସୁଶାନ୍ତ ଅବସର ନେବା କଥା ମଧ୍ୟ ଆଲୋଚନା କରୁଛନ୍ତି  ।

ଅଡ଼ିଓ କ୍ଲିପରେ କ’ଣ କହୁଛନ୍ତି ସୁଶାନ୍ତ?

୩୬ ମିନିଟର ଅଡ଼ିଓରେ ହୋଇଥିବା ଆଲୋଚନାରେ ସୁଶାନ୍ତ ଫାଇନାନ୍ସିଆଲ ପରାମର୍ଶଦାତାଙ୍କୁ ଭବିଷ୍ୟତ ଯୋଜନା ବିଷୟରେ କଥା ହୋଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ସୁଶାନ୍ତ ବଲିଉଡ ଛାଡ଼ିବା, ଅବସର ନେବା ଏବଂ ଶରୀର ଅସୁସ୍ଥ ଥିବା କଥା  କହିଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏହା ସହିତ ରିୟା ଏବଂ ତାଙ୍କ ବାପା ଇନ୍ଦ୍ରଜିତ ମଧ୍ୟ ନିଜର ମତ ରଖୁଛନ୍ତି  ।

ରିୟା ସୁଶାନ୍ତଙ୍କର ଟଙ୍କା F.D କରିବାକୁ ଚାହୁଁଥିବା କଥା କହୁଛନ୍ତି । କାରଣ ଶ୍ରୁତି ମୋଦିଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଛୁଟିରେ ଥିଲେ ଏବଂ ତାଙ୍କ ସ୍ଥାନରେ ଦିଶା ସାଲିୟାନଙ୍କୁ ସୁଶାନ୍ତ ନିଯୁକ୍ତି ଦେଇଥିଲେ । ତେଣୁ ରିୟା କହୁଛନ୍ତି କି ସେଠାରେ ମୁଁ କିମ୍ବା ଶ୍ରୁତି ନାହୁଁ, ଅନ୍ୟ ଜଣେ ଅଛି । ତେଣୁ ସୁଶାନ୍ତଙ୍କ ଟଙ୍କା F.D କରିଦେବା ଦରକାର ଏବଂ ମାତ୍ର ୧୦ରୁ ୧୫ ଲକ୍ଷ କାର୍ଡ଼ରେ ରଖିବା ଉଚିତ । ସୁଶାନ୍ତଙ୍କ ବିନା ଦସ୍ତଖତରେ କେହି ତା’ ଆକାଉଣ୍ଟରୁ ଟଙ୍କା ନେଇପାରିବେ ନାହିଁ ଭଳି କଥା ଅଡ଼ିଓ କ୍ଲିପରେ ଥିବା ଖବର ମଧ୍ୟ ଆଲୋଚନା ହେଉଛି । ସୂଚନାନୁଯାୟୀ ସୁଶାନ୍ତ ସହର ଛାଡ଼ିଦେବାକୁ ଚାହୁଁଥିଲେ, କିନ୍ତୁ ପ୍ରଥମେ ଗୋଆ ଯାଇ ନିଜ ମନ ପରିବର୍ତ୍ତନ କରିବାକୁ ରିୟା ତାଙ୍କୁ ପରାମର୍ଶ ଦେଉଥିବା ଭଳି ଏକାଧିକ କଥା ଅଡ଼ିଓ କ୍ଲିପରେ ଅଛି । ତେବେ ସୁଶାନ୍ତ କିନ୍ତୁ କେବଳ ନିଜ ଟଙ୍କା ସେଭ୍ କରିବା କଥା ବାରମ୍ବାର କହୁଛନ୍ତି । ଏଥିପାଇଁ ସେ ପରାମର୍ଶଦାତାଙ୍କୁ ଡାକିଛନ୍ତି ।

ସୂଚନାଯୋଗ୍ୟ ଗଣମାଧ୍ୟମ ସାକ୍ଷାତକାରରେ ରିୟା କହିଛନ୍ତି କି ସୁଶାନ୍ତଙ୍କୁ ଟଙ୍କା ଉଡ଼ାଇବାକୁ ଭଲ ଲାଗେ, କିନ୍ତୁ ଅଡ଼ିଓ କ୍ଲିପ ଅନୁଯାୟୀ ସୁଶାନ୍ତ ଟଙ୍କା ସେଭ୍ କରିବା କଥା ବାରମ୍ବାର କହୁଛନ୍ତି । ତେବେ ଏହା କେତେଦୂର ଠିକ, ସିବିଆଇ ତଦନ୍ତ ପରେ ହିଁ ଜଣା ପଡ଼ିବ ।

Leave a Reply