କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟ୍‌କୁ ଦେଖା କରିବାକୁ ଯାଇଥିଲେ ଭଉଣୀ, ଆଉ ତାପରେ…

Bollywood Entertainment News, sushant singh rajput had withdrawn taking depression medicines actor death suicide

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁରା ବଲିଉଡ୍‌ ଜଗତକୁ ସ୍ତବ୍ଧ କରି ଦେଇଛି ତାଙ୍କ ମୃତ୍ୟୁ । ଏହି ଖବର ପ୍ରଚାରିତ ହେବା ପରେ ସତେ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୟାରିୟରର ପିକ୍‌ ପଏଣ୍ଟରେ ଥିବା ବେଳେ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେନେଇ ସମସ୍ତଙ୍କ ମନରେ ସନ୍ଦେହ । ତାଙ୍କ ପାଖରେ ଫିଲ୍ମର ଅଫର କିଛି କମ୍ ନଥିବା ବେଳେ, ଟଙ୍କା ପଇସାର ବି କିଛି ଅଭାବ ନଥିଲା । ଏଭଳି ପରିସ୍ଥିତିରେ ସେ କ’ଣ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ୬ ମାସ ହେବ ସେ ଡିପ୍ରେସନ୍‌ରେ ରହୁଥିବା ନେଇ ତାଙ୍କ ସାଙ୍ଗମାନେ କହିଛନ୍ତି  । ଏମିତିକି ଡିପ୍ରେସନ୍‌ରୁ ବାହାରିବା ପାଇଁ ସେ ଔଷଧ ମଧ୍ୟ ନେଉଥିଲେ । ଏହି ଡିପ୍ରେସନ୍‌ କାରଣରୁ, ସେ ଜଣେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ ବୋଲି ବି କୁହାଯାଉଛି ।

ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକ ଘଟଣାର ତଦନ୍ତ ଦାବି କରିଛନ୍ତି । ପରିବାର ଲୋକ ସହଜରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରିପାରୁନାହାନ୍ତି । ସୁଶାନ୍ତଙ୍କ ସମ୍ପର୍କୀୟ ମାମୁଁ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଛି ଚକ୍ରାନ୍ତ ଥାଇପାରେ । ଏନେଇ ତଦନ୍ତ ହେବା ଜରୁରୀ । ଏମିତିକି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ମଧ୍ୟ ଗତ ସପ୍ତାହରେ ଆତ୍ମହତ୍ୟା କରିଥିଲେ ।

ତେବେ ପୋଲିସ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ଭଉଣୀ ସହ କଥାବର୍ତ୍ତା ହେଲେ ସେତେବେଳେ ଅନେକ କିଛି ତଥ୍ୟ ପଦାକୁ ଆସିଲା । ଭଉଣୀ କହିଛନ୍ତି ସୁଶାନ୍ତ ଡିପ୍ରେସନ୍‌ରେ ଥାଇ ଔଷଧ ନେଉଥିଲେ ସତ ହେଲେ କିଛି ଦିନ ହେବ ସେ ଔଷଧ ନେବା ବନ୍ଦ କରିଥିଲେ । ଏମିତିକି ଗତ ସପ୍ତାହରୁ ସୁଶାନ୍ତ ଅଧିକ ଡିପ୍ରେସନ୍‌ରେ ଥିଲେ । ସେ କ୍ଲିନିକଲ ଡିପ୍ରେସନ୍‌ରେ ଆକ୍ରାନ୍ତ ଥିଲେ । ତେଣୁ ଚିକିତ୍ସା ମଧ୍ୟ ହେଉଥିଲେ । ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

ସୁଶାନ୍ତଙ୍କ ଡିପ୍ରେସନ୍‌ରେ ରହିବା କଥା ଭଉଣୀ ପୂର୍ବରୁ ଜାଣିଥିଲେ ମଧ୍ୟ, ସେ କେବେ ଭାବିନଥିଲେ ସୁଶାନ୍ତ ଏତେ ବଡ଼ ନିଷ୍ପତ୍ତି ନେବେ ବୋଲି । କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟ୍‌କୁ ମଧ୍ୟ ଭଉଣୀ ଯାଇଥିଲେ ଏବଂ କଥା ହୋଇଥିଲେ । ଭଉଣୀଙ୍କ କହିବାନୁଯାୟୀ ସୁଶାନ୍ତ ଜଣେ ମାଟିର ମଣିଷ ଥିଲେ । ସେ ମାଟି ସହ ଯୋଡ଼ି ହୋଇ ରୁହନ୍ତି ଏବଂ ଅତ୍ୟନ୍ତ ସରଳ ବ୍ୟକ୍ତିତ୍ୱ । ସେ ସମସ୍ତଙ୍କ ସହ ଅତି ନମ୍ରତାର ସହ କଥା ହୁଅନ୍ତି । ସେ ଏତେ ବଡ଼ ନିଷ୍ପତି ନେବେ ବୋଲି ତାହ କଳ୍ପନା କରାଯାଇନପାରେ ।

Leave a Reply