ସୁଶାନ୍ତଙ୍କ ବାପାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଲେ ଶିବସେନା ନେତା ସଞ୍ଜୟ ରାଉତ, ମାନହାନୀ ମୋକଦ୍ଦମା କରିବ ପରିବାର

1 min read

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ଏବଂ ମହାରାଷ୍ଟ୍ର ମଧ୍ୟରେ ରାଜନୀତି ତୀବ୍ର ହୋଇଛି । ସୁଶାନ୍ତଙ୍କ ସମ୍ପର୍କୀୟ ତଥା ବିଜେପି ବିଧାୟକ ନୀରଜ ସିଂ ବାବଲୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ । ଜଣାଇ ରଖୁଛୁ ଯେ ରାଜ୍ୟସଭା ସାଂସଦ ସଂଜୟ ରାଉତ ଶିବସେନା ମୁଖପତ୍ରରେ ଲେଖାଯାଇଥିବା ଆର୍ଟିକିଲରେ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ପିତା କେ.କେ ସିଂ ଦୁଇଥର ବିବାହ କରିଛନ୍ତି । ସୁଶାନ୍ତ ଏହି ବିବାହ ବିରୁଦ୍ଧରେ ଥିଲେ ଏବଂ ଏହି କାରଣରୁ ପିତାଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ତେବେ ସୁଶାନ୍ତଙ୍କ ମାମୁଁ ଆର.ସି ସିଂ ଦ୍ୱିତୀୟ ବିବାହ ଖବରକୁ ଅସ୍ୱୀକାର କରିଛନ୍ତି ।

ବର୍ତ୍ତମାନ ବିହାରରେ ବିଜେପି ବିଧାୟକ ତଥା ସୁଶାନ୍ତଙ୍କ ସମ୍ପର୍କୀୟ ନୀରଜ ସିଂ ବବଲୁ ସଞ୍ଜୟ ରାଉତଙ୍କ ବିବୃତ୍ତି  ବିରୋଧରେ ବ୍ୟକ୍ତିଗତ ଅଭିଯୋଗ  କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସଞ୍ଜୟ ରାଉତ କହିଛନ୍ତି ଯେ, ‘ ଏହି ମାମଲାରେ ଆଦିତ୍ୟ ଠାକରେଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ସୁଶାନ୍ତଙ୍କୁ ନ୍ୟାୟ ପ୍ରଦାନ କରିବେ । ସଞ୍ଜୟ ରାଉତ କହିଛନ୍ତି, ‘ସୁଶାନ୍ତ ମାମଲାରେ ରାଜନୀତି ଚାଲିଛି। ବିହାର ନିର୍ବାଚନ ଯୋଗୁଁ ରାଜନୀତି ଚାଲିଛି । ଏହି ମାମଲାରେ ଆଦିତ୍ୟ ଠାକରେଙ୍କର କୌଣସି ସମ୍ପର୍କ ନାହିଁ । ସୁଶାନ୍ତ ଯେହେତୁ ମୁ ମ୍ବାଇରେ ରହୁଥିଲେ ତେଣୁ ତାଙ୍କୁ ନ୍ୟାୟ ଦେବା ଆମର ଦାୟିତ୍ୱ ଅଟେ ।’

ସୁଶାନ୍ତଙ୍କ ମାମୁଁ କହିଲେ- ‘ବିହାରବାସୀ ସତ ଜାଣିଛନ୍ତି’

ଜଣାଇ ରଖୁଛୁ ଯେ ସଞ୍ଜୟ ରାଉତଙ୍କ ଅଭିଯୋଗ ଉପରେ ସୁଶାନ୍ତଙ୍କ ମାମୁଁ ଆରସି ସିଂ  କହିଛନ୍ତି ଯେ, ସଞ୍ଜୟ ରାଉତ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନିର୍ଦ୍ଦେଶରେ ଏକ ଭୁଲ ବିବୃତ୍ତି ଦେଇଛନ୍ତି । ସଞ୍ଜୟ ରାଉତ ଏପରି କଥା କହି ନିଜର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଏପରି କଥା କହି କାହାର ଭାବମୂର୍ତ୍ତିକୁ ନଷ୍ଟ କରିବା ଭଲ କଥା ନୁହେଁ ।’ ସେ କହିଛନ୍ତି ଯେ, ବିହାରରେ ରହୁଥିବା ସମସ୍ତେ ଜାଣନ୍ତି ଯେ ସୁଶାନ୍ତଙ୍କ ପିତା ଗୋଟିଏ ବିବାହ କରିଥିଲେ ।

ବାପା-ପୁଅଙ୍କ ସଂପର୍କକୁ ନେଇ ଦେଇଥିଲେ ମନ୍ତବ୍ୟ-

ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ, ‘ସୁଶାନ୍ତଙ୍କ ପରିବାରର ଅର୍ଥାତ ତାଙ୍କ ବାପା ପାଟନାରେ ରୁହନ୍ତି ।  ପିତାଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ବାପା ପୁନର୍ବାର ବିବାହ କରିଥିଲେ, ଯାହାକୁ ସୁଶାନ୍ତ ଗ୍ରହଣ କରିନଥିଲେ । ପିତାଙ୍କ ସହ ତାଙ୍କର ଭାବପ୍ରବଣତା ନଥିଲା ।’

ଆକାଶ ଫାଟିଯାଇନଥାନ୍ତା-

ସଞ୍ଜୟ ରାଉତ କହିଥିଲେ ଯେ, ‘ମୁମ୍ବାଇ ପୋଲିସକୁ ଦୋଷାରୋପ କରି ବିହାର ସରକାର କେନ୍ଦ୍ରରୁ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏହି ଦାବି ୨୪ ଘଣ୍ଟା ମଧ୍ୟରେ ଗ୍ରହଣ କରାଯାଇଥିଲା | ଏହା ହେଉଛି ରାଜ୍ୟର ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ । ଯଦି ସୁଶାନ୍ତଙ୍କ ମାମଲା ଆଉ କିଛି ସମୟ ମୁମ୍ବାଇ ପୋଲିସ ହାତରେ ରହିଥାନ୍ତା ତେବେ କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ ଏହା ରାଜନୈତିକ ପୁଞ୍ଜି ବିନିଯୋଗ ଏବଂ ଚାପର ରାଜନୀତି। ସେ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ କାହାଣୀ ପୂର୍ବରୁ ରଚାଯାଇଥିଲା ।’

Leave a Reply