ସୁଶାନ୍ତ ଡ୍ରଗ୍ସ ମାମଲାରେ ଏନସିବିର ୫୨,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ; ୩୩ ଜଣଙ୍କ ନାଁ ସାମିଲ
1 min readନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ଦିନ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏମିତିକି ଏନସିବିର ମୁଖ୍ୟ ସମୀର ଓ୍ୱାନଖେଡେ ଅଦାଲତରେ ଚାର୍ଜସିଟ୍ ଦାଖଲ ପାଇଁ ନିଜେ ପହଞ୍ଚିଥିଲେ ।
୫୨ ହଜାର ପୃଷ୍ଠାର ଚାର୍ଜସିଟ୍-
୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ ଚାର୍ଜସିଟ୍ ଦାଖଲ ହୋଇଛି ।
ଚାର୍ଜସିଟରେ ଅଭିଯୁକ୍ତ ଭାବେ ରିୟାର ନାମ ସାମିଲ୍
ଏନସିବିର ଚାର୍ଜସିଟରେ ରିୟା ଚକ୍ରବର୍ତ୍ତୀ ସମେତ୍ ମୋଟ୍ ୩୩ ଜଣଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏଥିରେ ରିୟା, ସୗେବିକ୍, ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା ଓ କ୍ଷିତିଜ ପ୍ରସାଦଙ୍କ ନାମ ରହିଛି । ଏହାବ୍ୟତୀତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍ ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।
ଏନସିବିର ମୁମ୍ବାଇ ସୁଶାନ୍ତ ସିଂରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ସହ ଜଡ଼ିତ କିଛି ମେସେଜ୍ ସାମ୍ନାକୁ ଆସିଥିଲା । NCB ଏହି ମାମଲାର ତଦନ୍ତ କରୁଥିଲା । ଚାର୍ଜସିଟ୍ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟ୍ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ NCB ଗିରଫ କରିଥିଲା । କେତେଜଣଙ୍କଠାରୁ ଡ୍ରଗ୍ସ ଜବତ କରାଯିବା ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଫରେନ୍ସିକ୍, ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍ ଦାଖଲ କରିଛି NCB ।