ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ମାମଲା ଅଧିକ ଗରମ ହେବାରେ ଲାଗିଛି । ହଠାତ ଏଭଳି  ଜଣେ ଯୁବ ଅଭିନେତାଙ୍କ ଆତ୍ମହତ୍ୟା ପଛରେ ଏକ ବଡ଼ କାରଣ ରହିଛି ବୋଲି ଦାବି ହେଉଛି । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡର ବଡ଼ ବଡ଼ ଡିରେକ୍ଟରଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ସାମିଲ ଥିବା ନେଇ ଅଭିଯୋଗ ଆସିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁରେ ବିହାରର ମୁଜାଫରପୁରରେ ଆଉ ଏକ ଅଭିଯୋଗ ଦାଖଲ କରାଯାଇଛି ।

ଶନିବାର ମୁଜାଫରପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ସୁଶାନ୍ତ ସିଂଙ୍କ ଗର୍ଲଫ୍ରେଣ୍ଡ  ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଦାଖଳ ହୋଇଛି । ଏହି ଅଭିଯୋଗ ପତାହିରେ ରହୁଥିବା କୁନ୍ଦନ କୁମାରଙ୍କ କରିଛନ୍ତି । ତେବେ ଜୁନ୍ ୨୪ ରେ ଏହି ମାମଲାର ଶୁଣାଣି ହେବ । ଧାରା ୪୨୦ ଏବଂ ୩୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି ।

କୁନ୍ଦନ କୁମାର ରିୟାଙ୍କ ବିରୁଦ୍ଧରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଷଡଯନ୍ତ୍ର କରି ପ୍ରେମ ଜାଲରେ ଫସାଇଥିଲେ । ପ୍ରେମରେ ଫସାଇବା ପରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଖରୁ ଅନେକ ଫାଇଦା ଉଠାଇଛନ୍ତି । ସୁଶାନ୍ତ, ରିୟାଙ୍କର ପ୍ରେମକୁ ସତ ବୋଲି ଭାବୁଥିବା ବେଳେ ରିୟା କେବଳ ତାଙ୍କର ଫାଇଦା ଉଠାଇଛନ୍ତି ବୋଲି କୁନ୍ଦନ  ଗଣମାଧ୍ୟମରେ କହିଛନ୍ତି ।

କୁନ୍ଦନ କୁମାର ଅଭିଯୋଗ କରିଛନ୍ତି ଯେ ପରିବାର ଲୋକଙ୍କ ସହ କଥା ହେବା ପରେ ସୁଶାନ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ସମୟରେ ରିୟା ସୁଶାନ୍ତଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ ।  କେବଳ ଏତିକି ନୁହେଁ, ରିୟା ବେଳେବେଳେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉଥିବା କହିଛନ୍ତି କୁନ୍ଦନ ।

Leave a Reply