NCB ହାଜତରେ ରାତି କାଟିଲେ ରିୟା, ଆଜି ଜେଲକୁ କରାଯିବ ସ୍ଥାନାନ୍ତର

1 min read

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ୨୨ ସେପ୍ଟେମ୍ବର ଯାଏଁ ରିୟା ଜେଲରେ ରହିବେ । ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗିରଫ କରିଛି । ଗିରଫ ପରେ ମଙ୍ଗଳବାର ରାତି ରିୟା ଏନସିବି ଲକଅପରେ କାଟିଥିଲେ । ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ଅନୁସାରେ, ରାତିରେ କଏଦୀକୁ ଜେଲ୍ ନିଆଯାଏ ନାହିଁ । ରିୟାଙ୍କୁ ବୁଧବାର ଅର୍ଥାତ୍ ଆଜି ଦିନ ୧୦ଟା ପରେ ଭାୟଖଲା ଜେଲକୁ ସ୍ଥାନାନ୍ତରଣ କରାଯିବ ।

ସୂଚନାଯୋଗ୍ୟ, ଯେମିତି କଏଦୀଙ୍କୁ ରାତିରେ ଛଡ଼ା ଯାଏ ନାହିଁ ସେହିଭଳି ଜେଲ୍ ମଧ୍ୟ ସ୍ଥାନାନ୍ତରଣ କରାଯାଏ ନାହିଁ । ଏହା ପୂର୍ବରୁ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଶୁଣାଣିରେ NCB ରିୟାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିବେଦନ କରିଥିଲା । ଯାହାକୁ ଅନୁମତି ପ୍ରଦାନ କରିଥିଲେ କୋର୍ଟ ।

ଅନ୍ୟପଟେ NCB କୋର୍ଟରେ ରିୟାଙ୍କ ରିମାଣ୍ଡ କପି ମଧ୍ୟ ଦାଖଲ କରିଛି । ଏଥିରେ ରିୟା ଡ୍ରଗ୍ସ ନେଉଥିବା ନେଇ ସ୍ୱୀକାର କରିଥିବା କଥା ଉଲ୍ଲେଖ ନାହିଁ । ତେବେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଡ୍ରଗ୍ସ ଡେଲିଭରୀ କଥରୁଲେ ଏବଂ ଯାହାର ଦେଣନେଣ କରୁଥିଲେ ରିୟା ।

NCB ରିମାଣ୍ଡ କପିରେ ଉଲ୍ଲେଖ କରିଛି ସମସ୍ତଙ୍କୁ ସାମ୍ନା ସାମ୍ନି ବସାଇ ଜେରା ପରେ ରିୟାଙ୍କୁ ଗିରଫ କରଯାଇଛି । ଅର୍ଥାତ୍ ରିୟାଙ୍କୁ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଆରେଞ୍ଜ ଓ ଟଙ୍କା ଦେଣନେଣ ପାଇଁ କରାଯାଇଛି । ତେବେ ରିୟା ନିଜେ ଡ୍ରଗ୍ସ କରୁଥିବା କଥା ରିମାଣ୍ଡ କପିରେ ନାହିଁ ।

ଡ୍ରଗ୍ସ ମାମଲାରେ ରିୟାଙ୍କୁ ମିଳିଲାନି ଜାମିନ୍, ୧୪ ଦିନ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

Leave a Reply