spot_img

Latest Posts

ସୁଶାନ୍ତ ସିଂ ରାଜପୁତ ମାମଲା: କରଣ ଜୋହର ଏବଂ ଏକତା କପୁରଙ୍କ ସହ ଏହି ୭ଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ, ବିହାରର ମୁଜାଫରପୁର କୋର୍ଟ ସଞ୍ଜୟ ଲୀଲା ଭନସାଲୀ, କରଣ ଜୋହର, ସାଜିଦ ନାଡ଼ିଆୱାଲା, ଭୂଷଣ କୁମାର, ଏକତା କପୁର, ଦିନେଶ ବିଜୟ ଏବଂ ଆଦିତ୍ୟ ଚୋପ୍ରାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ କରିଥିବା ଓକିଲ ସୁଧୀର ଓଝା ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସମସ୍ତଙ୍କୁ ଦାୟୀ କରିଛନ୍ତି।

ଘଟଣାକୁ ନେଇ ବିଚାରପତି ରାକେଶ ମାଲଭିଆ ଏହି ସାତଜଣ ସେଲିବ୍ରିଟିଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି ଏବଂ ଅକ୍ଟୋବର ୨୧ରେ ସକାଳ ସାଢେ ୧୦ଟାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତେ ନିଜେ କିମ୍ବା ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହୋଇ ସେମାନଙ୍କର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହି ଆଦେଶ ପାଳନ ନହୁଏ, ତେବେ ଏକପାଖିଆ ଶୁଣାଣି ହୋଇ ଆଦେଶ ଦିଆଯିବାକୁ ଚେତାବନୀ ମଧ୍ୟ ଦିଆଯାଇଛି। କୋର୍ଟରେ ଶୁଣାଣି ସମୟରେ ଓକିଲ ସୁଧୀର କୁମାର ଓଝା କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ଓକିଲମାନଙ୍କ ଉପସ୍ଥିତି ପରେ ହିଁ ଏହି ମାମଲା ଆଗକୁ ବଢିପାରିବ । ଏହାପୂର୍ବରୁ ଯେତେବେଳେ ଅକ୍ଟୋବର ୭ ରେ ଶୁଣାଣି ହୋଇଥିଲା ସେତେବେଳେ ସଲମାନ ଖାନଙ୍କ ଓକିଲ ସାକେଟ ତିୱାରୀ କୋର୍ଟରେ ହାଜର ହୋଇଥିଲେ।

କଣ ଥିଲା ପୂରା ଘଟଣା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଅଭିଯୋଗକାରୀ ଓକିଲ ସୁଧୀର କୁମାର ଓଝା ଜୁନ୍ ୧୭ରେ କୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ସେମାନେ ସୁଶାନ୍ତଙ୍କୁ ହଇରାଣ କରିବା ସହ ଆତ୍ମହତ୍ୟା କରିବାକୁ ଉସକାଇଥିବାର ଅଭିଯୋଗ କରିଛନ୍ତି। ଜୁଲାଇ ୮ ରେ, ସିଜେଏମ୍ କୋର୍ଟ ଏହି ଅଭିଯୋଗକୁ ଖାରଜ କରିଥିଲେ। ଏହି ଆଦେଶ ବିରୋଧରେ ଓଝା ସଲମାନ ଖାନ ଏବଂ କରଣ ଜୋହରଙ୍କ ସମେତ ଆଠ ଜଣ ସେଲିବ୍ରିଟିଙ୍କ ବିରୋଧରେ ଅଗଷ୍ଟ ୧୪ରେ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିଲେ ।

ସୂଚନାଯୋଗ୍ୟ, ଜୁନ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା। ଏହାପୂର୍ବରୁ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିଥିଲା। ଏହା ପରେ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସିବିଆଇ ବ୍ୟତୀତ ଏନସିବି ଏବଂ ଇଡି ମଧ୍ୟ ଏହି ମାମଲାର ଗଭୀର ଅନୁସନ୍ଧାନ କରୁଛନ୍ତି।

Latest Posts

Don't Miss