Sushant Singh Rajput Case : ଯାଞ୍ଚରେ ED ରିୟାଙ୍କ ଆକାଉଣ୍ଟରେ ପାଇଲାନି ୧୫ କୋଟିି ଟଙ୍କା
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପୁଣି ଇଡିରେ ହାଜର ହେଲେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ । ଗତକାଲି ଇଡି ତାଙ୍କୁ ୨ଘଣ୍ଟା ଧରି ଜେରା କରିଥିଲା । ଆଜି ପୁଣି ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି । ସିବିଆଇ ସୌଭିକ ନାଁରେ ମାମଲା ରୁଜୁ କରିସାରିଛି । ଗତକାଲି ସୁଶାନ୍ତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସାଢେ ଆଠଘଣ୍ଟା ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆର୍ଥିକ କାରବାର ନେଇ ଇଡି ରିୟାଙ୍କୁ ଜେରା କରିଛି । ଆୟର ସ୍ରୋତ, ବ୍ୟବସାୟିକ କାରବାର ନେଇ ଖୋଳତାଡ଼ କରିଛି ଇଡି ।
ଇଡିକୁ ରିୟା ଏକ ଅଡିଟ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ରିୟା ତାଙ୍କ ପାଖରେ ଥିବା ଫ୍ଲାଟ୍ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାସହ ଏହି ଫ୍ଲାଟ ପାଇଁ କିପରି ଲୋନ୍ ଆପ୍ରୁଭ୍ ହୋଇଥିଲା ସେନେଇ ମଧ୍ୟ ଇଡିକୁ ସୂଚନା ଦେଇଛନ୍ତି ରିୟା । ତେବେ ସୁଶାନ୍ତଙ୍କ ଅର୍ଥରେ ସେ ଫ୍ଲାଟ କିଣିନାହାଁନ୍ତି ବୋଲି କହିଛନ୍ତି ।
ପୂର୍ବରୁ ସୁଶାନ୍ତଙ୍କ ହାଉସ ମ୍ୟାନେଜର ତଥା ରିୟାଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ଇଡି ୯ ଘଣ୍ଟା ଜେରା କରିଥିଲା । ଅଗଷ୍ଟ ୩ରେ ସୁଶାନ୍ତଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧରଙ୍କୁ ପଚରାଉଚରା କରିସାରିଛି ଇଡି ଗାର୍ଲଫ୍ରେଣ୍ଡ ରିୟାଙ୍କ ସମେତ ୭ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରି ତଦନ୍ତ କରୁଛି ବିହାର ପୋଲିସ । ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନେବା ନେଇ ରିୟାଙ୍କ ନାଁରେ ଅଭିଯୋଗ ଆଣିଥିଲେ ସୁଶାନ୍ତଙ୍କ ବାପା କେ କେ ସିଂ । ଏହି ଆଧାରରେ ଇଡି ରିୟାଙ୍କୁ ଜେରା କରିଥିଲା ।
ରିୟାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଏଜେନ୍ସି ପ୍ରଶ୍ନ କରିଛି। ଇଡି ସୂତ୍ର ଅନୁଯାୟୀ, ସୁଶାନ୍ତ ମାମଲାରେ ଏଜେନ୍ସିକୁ ଏପର୍ଯ୍ୟନ୍ତ ରିୟାଙ୍କ ଆକାଉଣ୍ଟରେ ୧୫ କୋଟି ଟଙ୍କା ମିଳିନାହିଁ । ଇଡି ସୂଚନା ମୁତାବକ, ଟଙ୍କା ଅନ୍ୟ କେଉଁଠିକୁ ଟ୍ରାନ୍ସଫର ହୋଇଥାଇ ପାରେ । ସୁଶାନ୍ତ ସିଂହଙ୍କର ଯେଉଁ ଯେଉଁ ବ୍ୟାଙ୍କରେ ଖାତା ରହିଛି, ସେଇଠି ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରିବ ଇଡି ।