Sushant Singh Rajput Case: କିଏ ସେହି ଯୁବନେତା ଯାହାଙ୍କ ବାବଦରେ କହୁଛନ୍ତି ବିଜେପି ନେତା ?

1 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ କରିବାକୁ ସିବିଆଇ ଟିମ୍ ମୁମ୍ବାଇରେ ପହଂଚି ସାରିଛି । ସୁଶାନ୍ତଙ୍କ ରୋଷେୟାଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରା ଉଚରା କରିଛି । ଏହାରି ଭିତରେ ବିଜେପି ମୁଖପାତ୍ର ସୁରେଶ ନଖୁଆଙ୍କ ଗୋଟିଏ ଟ୍ୱିଟ୍ ପୁରା ମାମଲାକୁ ଟ୍ୱିଷ୍ଟ ଦେଇଛି । ନିଜ ଟ୍ୱିଟରେ ନଖୁଆ ଜଣେ ଯୁବ ନେତାଙ୍କ ଭୂମିକା ଆଡକୁ ଆଙ୍ଗୁଠି ଉଠାଇଛନ୍ତି । ନଖୁଆ କହିଛନ୍ତି ଯେ, ଜଣେ ବଡ ଯୁବନେତା ପୁରା ମାମଲାରେ ନିଜ ଛବି ଚମକାଇବା ପାଇଁ ନିଜ ପଟୁ ସିବିଆଇ ଆଗରେ ହାଜର ହୋଇ ପାରନ୍ତି । ସେହି ଯୁବ ନେତା ଜଣକ ପ୍ଲାନିଂ ସହ ସିବିଆଇ ସାମ୍ନାକୁ ଯିବେ ।

ତେବେ ଟ୍ୱିଟରେ ନଖୁଆ କାହାରି ନାମ ନେଇ ନାହାନ୍ତି । ସେ ଲେଖିଛନ୍ତି ଯେ, ‘ଅତ୍ୟନ୍ତ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ଜଣେ ଯୁବନେତା ନିଜ ଇମେଜ୍ ଚମକାଇବା ପାଇଁ ନିଜେ ସିବିଆଇ ସାମ୍ନାରେ ହାଜର ହେବେ । ଆଜି କିମ୍ବା କାଲି ଏହି ନେତା ନିଜ ତରଫରୁ ସିବିଆ ଟିମ୍ ପାଖକୁ ଯିବେ । ବହୁତ ବଡ ପିଆର ରଣନୀତିର ପ୍ଲାନିଂ ହେଉଛି ’

ନଖୁଆଙ୍କ ଅନୁସାରେ ଏମିତି କରି ଯୁବନେତା ଜଣକ ଏହା ସାବ୍ୟସ୍ତ କରିବାକୁ ଚାହିଁବେ ଯେ ,ଏହି ମାମଲା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତେଣୁ ସେ ନିଜେ ସିବିଆଇ ସାମ୍ନାକୁ ଆସିଛନ୍ତି । ତେବେ ନଖୁଆ ନେତାଙ୍କ ନାମ ନେଇ ନାହାନ୍ତି । ଅଧିକ ପଚରା ଯିବାରେ ନଖୁଆଙ୍କ ଉତ୍ତର ଥିଲା ଯେ, ଖୁବଶୀଘ୍ର ସବୁକିଛି ସ୍ପଷ୍ଟ ହୋଇଯିବ । ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନେତାଙ୍କ ନାମ ଉଠିନାହିଁ । ଏମିତିକି ସୁଶାନ୍ତଙ୍କ ପରିବାର ମଧ୍ୟ ଏତଲାରେ କୌଣସି ନେତାଙ୍କ ନାମ ନେଇ ନାହାନ୍ତି ।

Leave a Reply