spot_img

Latest Posts

ସୁଶାନ୍ତଙ୍କ ଭାଇଙ୍କୁ ଗୁଳି ମାଡ଼

ପାଟଣା: ଦିବଗନ୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇ ରାଜକୁମାର ସିଂଙ୍କୁ ଗୁଳି କରାଯାଇଛି। ରାଜକୁମାର ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ବିହାରର ସାହାରାଠାରେ କିଛି ଦୁର୍ବୃତ୍ତ ଗୁଳି କରିଛନ୍ତି। ଯାହା ପରେ ସେ  ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ରାଜକୁମାର ସିଂ ହେଉଛନ୍ତି ସିରସାରେ ଥିବା ୟାମାହା ଶୋ’ରୁମର ମାଲିକ। ସେ ତାଙ୍କ ସହଯୋଗୀ ଅଲି ହାସନଙ୍କ ସହ ଶୋ’ରୁମକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ରାଜକୁମାର କହିଛନ୍ତି ଯେ ସେ ସବୁଦିନପରି ସେଦିନ ମଧ୍ୟ ସନ୍ଧ୍ୟାରେ ସେହି ବାଟ ଦେଇ ଶୋ’ରୁମ୍ ଖୋଲିବାକୁ ଯାଉଥିଲେ। ହଠାତ୍ ବୈଜନାଥପୁର ଛକ ନିକଟରେ ୩ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

ଘଟଣାରେ ରାଜକୁମାରଙ୍କ ସହଯୋଗୀ ଅଲି ହାସନଙ୍କ ଅବସ୍ଥା ଗୁରୁତର ରହିଛି । ସେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାଟି ଶନିବାର ସକାଳ ୧୧ଟା ୩୦ରେ ଘଟିଥିଲା । ଏପର୍ଯ୍ୟନ୍ତ ଘଟଣାର କାରଣ ଜଣାପଡ଼ି ନାହିଁ।

Latest Posts

Don't Miss