ଟ୍ୟୁସନ୍ ପଇସାରେ କିଣିଥିଲେ ପ୍ରଥମ ବାଇକ୍

1 min read

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଜୀବନୀକୁ ନେଇ ଚାରିଆଡେ ଚର୍ଚ୍ଚା । ଅଭିନେତାଙ୍କ ମୃତ୍ୟୁ କେହି ବି ଗ୍ରହଣ କରିପାରୁ ନାହାଁନ୍ତି । ଅନେକ ସଂଘର୍ଷ ପରେ ଏମିତି ଏକ ସ୍ଥାନରେ ପହଞ୍ଚିପାରିଥିବା ଏହି ଅଭିନେତାଙ୍କ ମୃତ୍ୟୁରେ ସମସ୍ତେ ମର୍ମାହତ । ଜୁନ ୧୪ ହେଉଛି ଏମତି ଏକ ଦିନ ଯାହା ବଲିଉଡ଼ ପାଇଁ ଥିଲା କଳଙ୍କିତ ଦିନ । ମାତ୍ର ୩୪ ବର୍ଷ ବୟସରେ ଏହି ଯୁବ ଅଭିନେତାଙ୍କ ମୃତ୍ୟୁରେ ପୂରା ବଲିଉଡ଼ ସ୍ତବ୍ଦ ହୋଇଯାଇଥିଲା । ସୁଶାନ୍ତା ବାନ୍ଦ୍ରାସ୍ଥିତ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଯାହା ଏଭଳି ଜଣେ ବ୍ୟକ୍ତିଙ୍କ ଠାରୁ ଆସାକରାଯାଇ ନଥିଲା । ଯାହାକୁ ତାଙ୍କ ପ୍ରସଂଶକ ଗ୍ରହଣ କରିପାରି ନଥିଲେ ।

https://www.facebook.com/SushantSinghRajput/photos/a.377483425777360/495780030614365/?type=3&theater

ସୁଶାନ୍ତ ସିଂ ରାଜପୁତ ଅଭିନୟ ଜଗତରେ ନିଜ କ୍ୟାରିୟର କରିବା ପାଇଁ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ସ୍କଲାରସିପକୁ ମଧ୍ୟ ଛାଡ଼ି ଦେଇଥିଲେ । ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ପୁରୁଣା ଫଟୋଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗୁଛି । ତେବେ ଏହି ମଧ୍ୟରେ ରହିଛି ସୁଶାନ୍ତ ସିଂଙ୍କ ଫେସବୁକ୍ ପେଜରେ ତାଙ୍କର ଥ୍ରୋ ବ୍ୟାକ୍ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୁଶାନ୍ତ ବାଇକରେ ବସି ପୋଜ୍ ଦେଉଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ଏହି ଅଭିନେତା ୨୦୦୬ରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ ଏବଂ ପ୍ରସଂଶକଙ୍କୁ କହିଥିଲେ ଯେ, ସେ ଇଞ୍ଜିନୟର ଛାତ୍ରମାନଙ୍କୁ ଟ୍ୟୁସନ କରି ଯେଉଁ ଟଙ୍କା ରୋଜଗାର କରିଥିଲେ ସେଥିରେ ହିଁ ସେ ଏହି ବାଇକ କିଣିଛନ୍ତି । ଆପଣଙ୍କୁ କହି ରଖୁଛୁ ସୁଶାନ୍ତ ସବୁବେଳ ପାଇଁ ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ ।

Leave a Reply