ସୁଶାନ୍ତ ସିଂହଙ୍କ ବାପା ପୋଲିସକୁ ଦେଲେ ବୟାନ୍, କହିଲେ ଇଣ୍ଡଷ୍ଟ୍ରି ପାଇଁ…

1 min read
sushant singh father said film industry responsible for his son's death!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ବାପା ଭାଙ୍ଗିପଡିଛନ୍ତି । ସେ ନିଜ ପୁଅର ଆତ୍ମହତ୍ୟା ଯାଞ୍ଚ ପାଇଁ ମୁମ୍ବାଇ ପୋଲିସର ସାହାଯ୍ୟ ସହ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ୩୪ ବର୍ଷ ବୟସରେ ଜୀବନ ହାରିଛନ୍ତି ବଲିଉଡ୍ ର ଦକ୍ଷ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ୭ ବର୍ଷର ଫିଲ୍ମ କ୍ୟାରିଅରରେ ସେ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି ।  ସୁଶାନ୍ତ ୬ ମାସରୁ ଡିପ୍ରେସନର ଶିକାର ହୋଇଥିଲେ । ସେଥିପାଇଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଫିଲ୍ମ ପୂର୍ବରୁ ସେ ଧାରାବାହିକରେ ଅଭିନୟ କରୁଥିଲେ । ଟିଭି ସିରିଏଲରେ କାମ କରିବା ସମୟରୁ ହିଁ ସେ ବେଶ ଲୋକପ୍ରିୟ ଥିଲେ । ସୁଶାନ୍ତ ଙ୍କ ଆତ୍ମହତ୍ୟାକୁ ନେଇ ବି-ଟାଉନରେ  ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ କମ୍ ବୟସରେ ଆତ୍ମହତ୍ୟାର ବାଟ ବାଛିଥିବାରୁ ତାଙ୍କ ବାପା ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି । ହେଲେ ସୁଶାନ୍ତଙ୍କର କିଛି ବାର୍ତ୍ତା ତାଙ୍କ ବାପା ଏଯାଏଁ ଭୁଲିପାରୁନାହାନ୍ତି ।

Father’s condition deteriorates after news of Sushant’s death.

ମୃତ୍ୟୁର କିଛି ଦିନ ପୂର୍ବରୁ ବାପାଙ୍କ ସହ କଥା ହେଉଥିବା ବେଳେ ଅଭିନେତା କହିଥିଲେ ଯେ, ବଲିଉଡରର କିଛି କଥା ନେଇ ସେ ଚିନ୍ତିତ ଅଛନ୍ତି । ସେଥିପାଇଁ ତାଙ୍କ ବାପା ମୁମ୍ବାଇ ଆସି କିଛି ଦିନ ପୁଅ ପାଖରେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ସୁଶାନ୍ତ ତାଙ୍କ ବାପାଙ୍କୁ ଚିନ୍ତା କରିବା ପାଇଁ ମନା କରିଥିଲେ ଓ ଆସିବା ପାଇଁ ମଧ୍ୟ ମନା କରିଥିଲେ । ସେ ସବୁକିଛି ସମ୍ଭାଳିନେବେ ଓ ଠିକ୍ କରିଦେବେ ବୋଲି ବାପାଙ୍କୁ କହିଥିଲେ । ତେବେ ମୁମ୍ବାଇ ପୋଲିସ ଏବେ ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ଜୋରସୋରରେ ତଦନ୍ତ ଜାରି ରଖିଛି ।

Leave a Reply