ପଦମପୁରକୁ ଜିଲ୍ଲା ମାନ୍ୟତା ଦାବି: ଆନ୍ଦୋଳନ ସ୍ଥଳରେ ପହଁଚିଲେ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ

ବରଗଡ଼: ପଦମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ପଦମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ପଦମପୁରକୁ ଜିଲ୍ଲା ମାନ୍ୟତା ଦାବି ସପକ୍ଷରେ ବିଜେଡି ରହିଥିବା ଗତକାଲି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଥିଲେ । ଗତକାଲି ବିଜେଡି ମଧ୍ୟ ବିଧିବଦ୍ଧ ଭାବେ ଦାବି ସପକ୍ଷରେ ରିହିଛି ବୋଲି ଘୋଷଣା କରିଥିଲା ।  ଆଜି ଭଟଲି ବିଧାୟକ ସୁଶାନ୍ତ ସିଂ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆନ୍ଦୋଳନସ୍ଥଳକୁ ଯାଇ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି  ।

ବିଜୁ ଜନତା ଦଳ ଜିଲ୍ଲା ମାନ୍ୟତା ଦାବି ସପକ୍ଷରେ ରହିଥିବା ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଥିଲେ  । ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦାବି ସମ୍ପର୍କରେ ଅବଗତ ରହିଥିବା କହିଥିଲେ  । ଭଟଲି ବିଧାୟକ ସୁଶାନ୍ତ ସିଂ ଏନେଇ ସୂଚନା ଦେଇ କହିଥିଲେ  । ବିଜେଡି ପଦମପୁରକୁ ଜିଲ୍ଲା ଦାବି ମିଳିବା ନେଇ ସମର୍ଥନ ଜଣାଉଛି  । ଯେବେ ଏନେଇ କାର୍ଯ୍ୟ ହେବ ଦଳ ସମର୍ଥନ ଜାରି ରଖିବ  । ଗତକାଲି ଦଳ ପକ୍ଷରୁ ସମର୍ଥନ ଜଣା ଯାଇଥିଲେ ସୁଦ୍ଧା ଆଜି ଜିଲ୍ଲାର ଦୁଇ ବରିଷ୍ଠ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆନ୍ଦୋଳନ ସ୍ଥଳକୁ ଯାଇଥିଲେ  । ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ  ।