ଷ୍ଟିଙ୍ଗ୍ ଅପରେସନରେ ଖୁଲାସା: ସୁଶାନ୍ତଙ୍କ ଫାର୍ମ ହାଉସ ପାର୍ଟିକୁ ଆସୁଥିଲେ ସାରା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ତଦନ୍ତକୁ ତୀବ୍ର କରି ଦେଇଛି । ଏହି ମଧ୍ୟରେ ସୁଶାନ୍ତଙ୍କ ଫାର୍ମ ହାଉସର ଛାନଭିନ କରିଛି ଏନସିବି । ଅନ୍ୟପକ୍ଷରେ ଏକ ଘରୋଇ ଚ୍ୟାନେଲ ଦ୍ୱାରା କରାଯାଇଥିବା  ଷ୍ଟିଙ୍ଗ୍ ଅପରେସନରେ ସୁଶାନ୍ତଙ୍କ ଫାର୍ମହାଉସର ମ୍ୟାନେଜର ଏକ ବଡ଼ ଖୁଲାସା କରିଛନ୍ତି । ସୁଶାନ୍ତଙ୍କ ପାର୍ଟିକୁ ସାରା ଅଲି ଖାନ ଆସୁଥିଲେ ଏବଂ ପରେ ପରେ ରିୟା ଆସିବାକୁ ଲାଗିଲେ ବୋଲି ଖୁଲାସା କରିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର । ସବୁଠାରୁ ଖାସ କଥା ହେଉଛି ମ୍ୟାନେଜର ରଇସର କହିବା ଅନୁସାରେ ସୁଶାନ୍ତ ଯଦିଓ ପାର୍ଟିରେ ସ୍ମୋକିଂ ପେପର ଆସୁଥିଲା ତଥାପି ସୁଶାନ୍ତ ଡ୍ରଗ୍ସ ନେଉନଥିଲେ । ଅପ୍ରେଲରେ ରିୟାଙ୍କ ଯିବାଆସିବା ଆରମ୍ଭ ହୋଇଥିଲା । ୩୧ ଅପ୍ରେଲକୁ ଫାର୍ମହାଉସରେ ରିୟାଙ୍କ ଜନ୍ମଦିନ ପାଳନ ହେଲା ଓ ରିୟାଙ୍କ ବାପା ମା’ ଆସିଥିଲେ ।

ମ୍ୟାନେଜରଙ୍କ କହିବା ଅନୁଯାୟୀ ସୁଶାନ୍ତ ଇଉରୋପ ଟ୍ରିପରୁ ଫେରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସୁଶାନ୍ତ ଫାର୍ମହାଉସ ଆସିଥିଲେ ଏବଂ ତିନି ପୋଷା କୁକୁରଙ୍କ ନାମରେ ଫଣ୍ଡ ଟ୍ରାନ୍ସଫର କରିଥିଲେ ବୋଲି କହିଛନ୍ତି ମ୍ୟାନେଜର ।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରେ ତଦନ୍ତ ହେବା ପରେ ରିୟାଙ୍କ ସମେତ ତାଙ୍କ ଭାଇ ସୌବିକ ଏବଂ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ପରେ ପରେ ମାମଲାରେ ସାରା ଅଲି ଖାନଏ ରକୁଲପ୍ରୀତ ଏବଂ ସିମୋନ ଖମ୍ବାଟାଙ୍କ ନାମ ଯୋଡ଼ି ହୋଇଯାଇଛି । ସେମାନେ ମଧ୍ୟ ଡ୍ରଗ୍ସ ମାମଲା ସହିତ ଜଡ଼ିତ ଥିବା ଖୁଲାସା ହୋଇଛି ।

Leave a Reply