Suhant Singh Rajput Case: ଜୟା ସାହାଙ୍କୁ EDର ସମନ, ରିୟାଙ୍କ ଡ୍ରଗ୍ସ ଚାଟିଂରେ ଆସିଥିଲା ନାମ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ତଦନ୍ତ କରୁଥିବା ପ୍ରବର୍ତ୍ତନ ବିଭାଗ ବା ଇଡି ଜୟା ସାହାଙ୍କୁ ସମନ ପଠାଇଛନ୍ତି । ନିକଟ ଅତୀତରେ ଜୟା ସାହାଙ୍କ ନାମ ରିୟାଙ୍କ ଡ୍ରଗ୍ସ ଚ୍ୟାଟରେ ସାମ୍ନାକୁ ଆସିଥିଲା ।  ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ୨୫ ନଭେମ୍ବର ୨୦୧୯କୁ ରିୟା ଜୟା ସାହାଙ୍କୁ ମେସେଜରେ ଲେଖିଥିଲେ କି କଫି, ଚା କିମ୍ବା ପାଣିରେ କେବଳ ୪ ବୁନ୍ଦା ମିଶାଇ ପିଇଦିଅ ଏବଂ ଏହିଭଳି ଅନେକ କିଛି ବାର୍ତ୍ତାଳପ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ।


ଅପ୍ରେଲରେ ରିୟା ଚକ୍ରବର୍ତ୍ତୀଙ୍କୁ ମିରାଣ୍ଡା ସୁଶୀ ନାମକ ବ୍ୟକ୍ତି ମେସେଜ ଲେଖିଥିଲେ କି, ହାଏ ରିୟା, ମାଲ ପାଖାପାଖି ଶେଷ ହୋଇଗଲାଣି । ଏହାପରେ ଲେଖିଛନ୍ତି କି, କ’ଣ ମୁଁ ଏହାକୁ ସୌଭିକର ବନ୍ଧୁ ଠାରୁ ନେଇ ପାରିବି ? କିନ୍ତୁ ତା ପାଖରେ କେବଳ ହ୍ୟାଶ ଏବଂ ବଡ୍ ଅଛି । ଅବଶ୍ୟ ରିୟାଙ୍କ ଓକିଲ ଦାବି କରିଛନ୍ତି କି ରିୟା ଜୀବନରେ କେବେ ମଧ୍ୟ ଡ୍ରଗ୍ସ ନେଇ ନାହାଁନ୍ତି ଏବଂ ସେ ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ।

 ଗଣମାଧ୍ୟମକୁ ମିଳିଥିବା ଖବର ଅନୁସାରେ ଇଡି ସିବିଆଇକୁ ସମସ୍ତ ପ୍ରମାଣ ହସ୍ତାନ୍ତର କରିଛି, ଯେଉଁଥିରେ ରିୟା ଡ୍ରଗ୍ସ ନେଉଥିବା ଏବଂ ଡ୍ରଗ୍ସ କାରବାରରେ ସାମିଲ ଥିବା କଥା ଉଲ୍ଲେଖ ରହିଛି । ସୂଚନା ମୁତାବକ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ଡ୍ରଗ୍ସ କାରବାର କରୁଥିବା ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିବା ଖବର ସାମ୍ନାକୁ ଆସିଛି । କିନ୍ତୁ ଇଡି ସିବିଆଇକୁ ଦେଇଥିବା ପ୍ରମାଣକୁ ଗୁପ୍ତ ରଖିଛି ।

Leave a Reply