ବିଧାନସଭା ଅଧିବେଶନ ପୂର୍ବରୁ ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

1 min read

ଭୁବନେଶ୍ୱର: ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ଯ୍ୟାଳୟର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଆଇସୋଲେସନକୁ ଯାଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ଯ୍ୟାଳୟର ୪ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏମ୍‌ସରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୩ ଜଣ ହୋମ ଆଇସୋଲେସନରେ ଅଛନ୍ତି । ବାଚସ୍ପତି ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସେ ପୁଣି ଥରେ କହିଛନ୍ତି । ବିନା କୋଭିଡ ଟେଷ୍ଟରେ କୌଣସି ବିଧାୟକ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେନି ।

ସେପଟେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦଙ୍କ କୋଭିଡ୍ ଟେଷ୍ଟ ହୋଇଛି । ଓଡ଼ିଶାର ୩ ସାଂସଦ ସୁବାସ ସିଂ, ମୁନ୍ନା ଖାଁ , ସୁଜିତ କୁମାର କୋଭିଡ୍ ଟେଷ୍ଟ କରାଇଛନ୍ତି । RT-PCR ଟେଷ୍ଟ କରାଇଛନ୍ତି ୩ ବିଜେଡି ସାଂସଦ । ମୌସୁମୀ ଅଧିବେଶନ ପୂର୍ବରୁ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଥିଲା । ସଂସଦ ଗାଇଡଲାଇନ ଅନୁସାରେ ଟେଷ୍ଟ କରାଇଥିବା ଟେଷ୍ଟ ପରେ ସାଂସଦ ସୁବାସ ସିଂ କହିଛନ୍ତି । ରିପୋର୍ଟ ପରେ ଅଧିବେଶନରେ ଯୋଗଦେବେ । ଦଳୀୟ ହ୍ୱିପ୍ ହୋଇଛି, ସମସ୍ତେ ସଂସଦରେ ରହିବେ ବୋଲି ସେ କହିଛନ୍ତି ।

Leave a Reply