ସୂର୍ଯ୍ୟ କୁମାର ଯାଦବ ଜିତିଲେ ICCର ଶ୍ରେଷ୍ଠ ଟି-୨୦ କ୍ରିକେଟର

1 min read

ନୂଆଦିଲ୍ଲୀ: ICC ଟି-୨୦ ପୁରୁଷ ବର୍ଗରେ ଶ୍ରେଷ୍ଠ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିଲେ ସୂର୍ଯ୍ୟ କୁମାର ଯାଦବ । ଇଂଲଣ୍ଡର ସାମ୍ କରନ ଓ ଜିମ୍ବାଓ୍ୱେର ସିକନ୍ଦର ରାଜାଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି ସୂର୍ଯ୍ୟ କୁମାର । ଏନେଇ ଆଜି ଆଇସିସି ବିଧିବଦ୍ଧ ଭାବେ ଘୋଷଣ କରିଛି ।

ସୂର୍ଯ୍ୟ କୁମାର ଯାଦବ ୨୦୨୨ରେ ଟି-୨୦ରେ ଦମଦାର ପ୍ରଦର୍ଶନ କରିଥିଲେ । ବିଶେଷ କରି ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବିଶ୍ୱକପରେ ଜଲଓ୍ୱା ଦେଖାଇଥିଲେ ସୂର୍ଯ୍ୟ କୁମାର । କେବଳ ବିଶ୍ୱକପ୍ ନୁହେଁ ଦ୍ୱିପାକ୍ଷିକ ସିରିଜରେ ମଧ୍ୟ ଦମଦାର ଫର୍ମ ଜାରି ରଖିଥିଲେ । ନିଜର ଦମଦାର ପ୍ରଦର୍ଶନ ପାଇଁ ସେ ଟି-୨୦ ରାଙ୍କିଂରେ ୧ ନମ୍ବର ସ୍ଥାନ ପାଇଥିଲେ । ୨୦୨୨ରେ ସୂର୍ଯ୍ୟ କୁମାର ଟି-୨୦ରେ ମୋଟ ୧୧୬୪ ରନ୍ କରିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଦିଆଯାଇଥିଲା ।

ଏହି ପୁରସ୍କାର ରେସରେ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଜିମ୍ବାୱେର ସିକନ୍ଦର ରାଜା, ଇଂଲଣ୍ଡର ସାମ୍ କରନ ପାକିସ୍ତାନର ମହମ୍ମଦ ରିଜୱାନ ରହିଥିଲେ । ତେବେ ଏମାନଙ୍କୁ ପଛରେ ପକାଇ ଶ୍ରେଷ୍ଠ ପୁରସ୍କାର ଜିତିଲେ ସୂର୍ଯ୍ୟ କୁମାର ଯାଦବ ।