ଭୁଷୁଡ଼ୁଛି CPM, ପଶ୍ଚିମବଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟକାନ୍ତ ମିଶ୍ର

କୋଲକାତା: ସିପିଏମର ପଶ୍ଚିମବଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟକାନ୍ତ ମିଶ୍ର । ବିଧାନସଭା ନିର୍ବାଚନରେ ଦଳର ଅତି ଖରାପ ପ୍ରଦର୍ଶନ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପରେ ମହମ୍ମଦ ସଲିମ ବା ସୁଜନ ଚକ୍ରବର୍ତ୍ତୀ ଦଳର ନେତୃତ୍ବ ନେବା ସମ୍ଭାବନା ରହିଛି । 2019 ଲୋକସଭା ନିର୍ବାଚନ ଓ 2021 ବିଧାନସଭା ନିର୍ବାଚନରେ ସିପିଏମର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏଥିଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ଆସନ୍ତାବର୍ଷ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ନୂଆ ନେତାକୁ ବଛାଯିବାର ସମ୍ଭାବନା ରହିଛି । ରାଜ୍ୟ କମିଟିରେ 72 ବର୍ଷରୁ ଅଧକ ବୟସରୁ ନେତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଦଳ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସୂର୍ଯ୍ୟକାନ୍ତଙ୍କ ବୟସ 71 ବର୍ଷ । ଗତ ନିର୍ବାଚନରେ ଗଠିତ ଭାରତୀୟ ଧର୍ମ ନିରପେକ୍ଷ ସାମ୍ମୁଖ୍ୟ ବା ଆଇଏସଏଫ ଠିକ୍ କାମ କରି ନଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟର ଶ୍ରୀଦୀପ ଭଟ୍ଟାଚାର୍ଯ୍ୟ, ମୃଦୁଳ ଦେ ମଧ୍ୟ ସାଧାରଣ ସମ୍ପାଦକ ହେବା ଚର୍ଚ୍ଚାରେ ରହିଛନ୍ତି ।

ସିପିଏମ ଭଳି ଜାତୀୟ ଦଳ ଭାରତର ଅନେକ ରାଜ୍ୟରୁ ପ୍ରତ୍ୟାକ୍ଷିତ ହୋଇଛି  । କେବଳ କେରଳରେ ଗଡ଼ ବଜାୟ ରଖିବାରେ ସକ୍ଷମ ହୋଇଛି ଦଳ  । ସେପଟେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ସିଏମର ମୂଳତ୍ପାଟନ କରିଛି  । ଅନ୍ୟପଟେ ଦଳରେ ଥିବା ଅନେକ ବରିଷ୍ଠ ନେତା ବର୍ତ୍ତମାନ ଦଳ ଛାଡ଼ୁଥିବା ପରିଲିଖିତ ହୋଇଛି  । ଫଳରେ ଦଳ ଏକପ୍ରକାର ଭୁଷୁଡ଼ିବା ସ୍ଥିତିରେ ପହଁଚିଛି  । ତେବେ ଆଗାମୀ ଦିନରେ ଆହୁରି ନେତା ଦଳ ଛାଡ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି  ।

Leave a Reply