ନନ୍ଦିଘୋଷ ବ୍ୟୁରୋ : ଧର୍ମଶାଳାରେ ତୃତୀୟ ଟି-୨୦ରେ ଭାରତ ବିଜୟୀ ହୋଇଛି । ତେବେ ତୃତୀୟ ମ୍ୟାଚରେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଲାଗତାର ୩ଟି ଯାକ ମ୍ୟାଚରେ ଫ୍ଲପ୍ ହୋଇଛନ୍ତି ସ୍କାଏ । ତେବେ ଖରାପ ପ୍ରଦର୍ଶନକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର ଉତ୍ତର ରଖିଛନ୍ତି । ୨୧ଟି ମ୍ୟାଚ ହେବ ସେ ଅର୍ଦ୍ଧଶତକ ହାସଲ କରିନାହାନ୍ତି । ମାତ୍ର ସୂର୍ଯ୍ୟ କହିଛନ୍ତି କି, ସେ ଖରାପ ଫର୍ମରେ ନାହାନ୍ତି । ସେ କହିଛନ୍ତି କି ମୁଁ ଫର୍ମ ହରାଇନାହିଁ । ବରଂ ରନ କରିବାରେ ସକ୍ଷମ ହେଉନାହିଁ । ମାତ୍ର ନେଟରେ ଭଲ ଖେଳୁଛି ।
ସେପଟେ ଆମେ ଯଦି ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ କହିବା ତାହେଲେ ସେ ଶେଷ ୨୧ ମ୍ୟାଚରେ ୧୩.୨୭ ହାରରେ ମାତ୍ର ୨୩୯ ରନ କରିଛନ୍ତି । ୨୧ ମ୍ୟାଚରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିନାହାନ୍ତି । ସର୍ବାଧିକ ସ୍କୋ ୪୭ ରହିଛି । ତେବେ ଶେଷ ଦୁଇଟି ଟି-୨୦ରେ ବଡ଼ ସ୍କୋର କରିବେ ବୋଲି ପ୍ରଂଶସକମାନେ ଆଶା ରଖିଛନ୍ତି ।

