ବନ୍ଧୁକ ଛାଡ଼ିଥିଲେ, ହାତଗଣ୍ଠି ପଡ଼ିଲା

Surrendered Maoists Marriage In Kalahandi Police Reserve Ground

କଳାହାଣ୍ଡି: ବନ୍ଧୁକ ବଦଳରେ ଧରିଲେ ପରସ୍ପରର ହାତ । ଆତ୍ମସମର୍ପଣ ପରେ ଦୁଇ ନକ୍ସଲଙ୍କର ପଡ଼ିଲା ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମାଓବାଦୀ । କଳାହାଣ୍ଡି ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆରେ ସରିଛି ନିଆରା ବିବାହ । ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ରାମଦାସ ଓ କଲମଦେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କୋରାପୁଟ ଡିଆଇଜି, କଳାହାଣ୍ଡି ଏସପି, ୬୪ ସିଆରପିଏଫ୍ ବାଟାଲିଅନ୍ କମାଣ୍ଡାଣ୍ଟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ବିବାହ ।

Surrendered Maoists Marriage In Kalahandi Police Reserve Ground

କେଶବ ଭଲେଦି ଓରଫ ରାମଦାସ କଳାହାଣ୍ଡି ପୋଲିସ ନିକଟରେ ୨୦୨୦ ମସିହା ଫେବ୍ରୁଆରୀ ମାସରେ ଆତ୍ମସମର୍ପଣ କରିଥିଲେ । ସେହିଭଳି ୨୦୧୬ରେ ପୋଲିସ ନିକଟରେ କଲମଦେଇ ମାଝୀ ଓରଫ ଗୀତା କରିଥିଲେ ଆତ୍ମସମର୍ପଣ । ସରକାରଙ୍କ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିଥିବାରୁ ରାମଦାସଙ୍କୁ ୩.୯୮ ଲକ୍ଷ ଓ କଲମଦେଇଙ୍କୁ ୨.୯୮ ଲକ୍ଷ ଟଙ୍କା ଦିଆଯିବା ସହ ଧନ୍ଦାମୂଳକ ଶିକ୍ଷା ଦିଆଯାଇଥିଲା ।

Surrendered Maoists Marriage In Kalahandi Police Reserve Ground

ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ଭଲ ପାଇବା ଏବେ ପୋଲିସ ସହାୟତାରେ ସାତ ବନ୍ଧନରେ ବାନ୍ଧି ହୋଇଛି । ପୋଲିସ ରିଜର୍ଭ ପଡ଼ିଆରେ ଧୁମଧାମରେ ହୋଇଛି ଉଭୟଙ୍କ ବାହାଘର । ବିବାହ ଉତ୍ସବରେ ଉଭୟ ପକ୍ଷଙ୍କ ପରିବାର ସହ ବହୁ ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ସାମିଲ୍ ହୋଇଥିଲେ ।