ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ, ରିହର୍ସଲରେ ଦେଖିଲେ ଶହସ୍ରାଧିକ ଲୋକେ

ପୁରୀ: ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ  । କାଲି ଶୋ’ ହେବାକୁ ଥିବାବେଳେ ଆଜି ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍  ।  ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ହେଉଛି ଚିତ୍ତାକର୍ଷକ ଏୟାର ଶୋ’ ।

ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ ହେଉଛି । ପୂର୍ବରୁ ଗ୍ରାଉଣ୍ଡ ଚେକିଂ କରାଯିବା ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ରହିବା ଆଶଙ୍କା ଥିବାରୁ ସୂର୍ଯ୍ୟକିରଣ ଶୋ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ରିହର୍ସାଲରେ ହଜାର ହଜାର ଲୋକେ ଏୟାର ଶୋ କୁ ଦେଖିଥିଲେ  ।