ବିଜେପି ନେତାଙ୍କ ବୟାନ ଉପରେ ବର୍ଷିଲେ ସୁରେଶ ରାଉତରାୟ

1 min read

ଭୁବନେଶ୍ୱର: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବୟାନ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ କହିଛନ୍ତି, ସ୍ୱର୍ଗତ ନବକିଶୋର ଦାସ ରାଜନୈତିକ ପଦପଦବୀ ପାଇଁ ଲାଳାୟିତ ନଥିଲେ l ପାୱାର ଦାଖଲ କରିବା ତାଙ୍କର କେବେ ଲକ୍ଷ୍ୟ ନଥିଲା l ନବକିଶୋର କଂଗ୍ରେସରେ ଥିବା ବେଳେ ଚାହିଁଥିଲେ ପିସିସି ସଭାପତି ବି ହୋଇଥାନ୍ତେ l ହେଲେ ସେ ପଦବୀଲୋଭୀ ନଥିଲେ l

ନବ ଦାସଙ୍କ ମୃତ୍ୟୁ ପରେ ବିଜେପି ପ୍ରତ୍ୟେକ ଦିନ ଭୂତେଇକି ଓ ଅଳଙ୍କାର ଦେଇ କହୁଛନ୍ତି l ରାଜନୈତିକ ବୟାନ ବାଜି କରୁଛି ବିଜେପି l ନବକିଶୋର ଦାସଙ୍କୁ ହତ୍ୟା ଘଟଣାର କିଭଳି ଠିକ୍ ଭାବେ ତଦନ୍ତ ହେବ, ସେ ଚିନ୍ତା ବିଜେପିର ନାହିଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି l