spot_img

Latest Posts

ୟୁଏଇରୁ ଅଚାନକ ଭାରତ ଫେରିଲେ CSKର ସୁରେଶ ରୈନା, ଚଳିତ ସିଜନରୁ ବାହାର

ନୂଆଦିଲ୍ଲୀ:  ଆଇପିଏଲ ଖେଳିବା ପାଇଁ ୟୁଏଇ ପହଞ୍ଚିଥିବା ଚେନ୍ନାଇ ସୁପର କିଙ୍ଗର ସୁରେଶ ରୈନା ପାରିବାରିକ ସମସ୍ୟା କାରଣରୁ ଦେଶକୁ ଫେରି ଆସିଛନ୍ତି । ସେ ପୂରା ସିଜନରୁ ଏବେ ବାହାର ହୋଇ ସାରିଛନ୍ତି । CSKର ସିଇଓ ବିଶ୍ୱନାଥନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ପୂରା ଟିମ୍‌ ସୁରେଶଙ୍କ ପରିବାରକୁ ସମର୍ଥନ ଦେଉଥିବା ମଧ୍ୟ ସେ ଲେଖିଛନ୍ତି । କେବଳ ସେତିକି ନୁହେଁ ନିଜର ବ୍ୟକ୍ତିଗତ କାରଣରୁ ସୁରେଶ ଭାରତ ଫେରି ଆସିଥିବା କଥା ମଧ୍ୟ ସେ ଟ୍ୱିଟରରେ ଜଣାଇଛନ୍ତି ।ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଦ୍ୱିତୀୟ ଥର ପାଇଁ ପିତା ହୋଇଥିଲେ ସୁରେଶ। ପ୍ରିୟଙ୍କା ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଉଭୟ ପୁଅର ନାମ ରଖିଛନ୍ତି ରିୟୋ ।

ସଙ୍ଗରୋଧରେ ଅଛନ୍ତି ଚେନ୍ନାଇ ସୁପର କିଙ୍ଗସ୍
CSKର ସଦସ୍ୟଙ୍କୁ ଦୁବାଇରେ ପହଞ୍ଚିବା ପରେ କରୋନା ହୋଇଥିଲା । ଯେଉଁ କାରଣରୁ ପୂରା ଦଳକୁ ସଙ୍ଗରୋଧରେ ରଖାଯାଇଛି । ଖବର ଅନୁସାରେ ଦଳର ୧୧ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।  ଯେଉଁଥିରେ ଜଣେ ଭାରତୀୟ ଖେଳାଳୀ ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଚେନ୍ନାଇ ଟିମ୍‌ ଚେପୁକରେ ୫ ଦିନ କ୍ୟାମ୍ପ କରିବା ପରେ ୨୧ ଅଗଷ୍ଟକୁ ଦୁବାଇରେ ପହଞ୍ଚିଥିଲେ ଏବଂ ୬ ଦିନ ସଙ୍ଗରୋଧରେ ରହିଥିଲେ । ସୁରେଶ ରୈନା ମଧ୍ୟ ୟୁଏଇରେ ପହଞ୍ଚିଥିଲେ । ସେ ଚେନ୍ନାଇରେ ହୋଇଥିବା କ୍ୟାମ୍ପରେ ମଧ୍ୟ ଥିଲେ । ଗୋଟିଏ ପକ୍ଷରେ ପୂରା ଟିମ ହୋଟେଲରେ ଥିବା ସମୟରେ ରୈନା ଦେଶକୁ ଫେରି ଆସିଲେ । ସୂଚନାଯୋଗ୍ୟ ଯେ, ସୁରେଶ ରୈନା ଅଗଷ୍ଟ ୧୫ ତାରିଖ ଦିନ ମହେନ୍ଦ୍ର ସିଂହ ଧୋନି କ୍ରିକେଟରୁ ଅବସର ଘୋଷଣା ପରେ ରୈନା ମଧ୍ୟ  ଇଂଷ୍ଟାଗ୍ରାମରେ ପୋଷ୍ଟ କରି ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିବା କଥା ଜଣାଇଥିଲେ ।

Latest Posts

Don't Miss