ଅବସର ନେଲେ ଟି-୨୦ ସ୍ପେଶାଲିଷ୍ଟ ରୈନା….. ହେ ନା…..

1 min read

ଭୁବନେଶ୍ୱର : ଧୋନିଙ୍କ ନିଜର ଅବସର ଘୋଷଣା କରିବା ପରେ ତାଙ୍କ ସହ ତାଳ ଦେଇ ସୁରେଶ ରୈନା ମଧ୍ୟ ଅବସର ନେଇଛନ୍ତି । ସେ ମଧ୍ୟ ଆନ୍ତର୍ଜାତିକ କ୍ରିକେଟରୁ ବିଦାୟ ନେଇଛନ୍ତି । ନିଜ ଟ୍ୱିଇଟରରେ ଧୋନିଙ୍କ ସହ ଖେଳିଥିବା ସମୟକୁ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିବା ସହ ଧୋନିଙ୍କ ନିଷ୍ପତ୍ତିରେ ସମର୍ଥକ ଥିବା ଜଣାଇଛନ୍ତି ।

ସେ ଲେଖିଛନ୍ତି କେବଳ ତୁମ ସହ ଖେଳିବା ଥିବା ସୁନ୍ଦର ସମୟ ବ୍ୟତୀତ ଏହା ଅନ୍ୟ କିଛି ନଥିଲା । ଗର୍ବର ସହ ମୁଁ ମଧ୍ୟ ତୁମ୍ ପଥରେ ଯାତ୍ରୀ ହେବାକୁ ଚାହୁଁଛି । ଗୋଟିଏ ଦିନରେ ଦୁଇ ଦୁଇଟି ଭେଟେରାନ୍ କ୍ରିକେଟରଙ୍କ ଅବସର ଘୋଷଣା କ୍ରିକେଟ୍ ପ୍ରେମୀଙ୍କୁ ଦୁଃଖିତ କରିଛି । ଉଲ୍ଲେଖଯୋଗ୍ୟ ଯେ ରୈନା ୨୨୬ଟି ଏକଦିବସୀୟ ମ୍ୟାଚ ଖେଳି ୫୬୧୫ ରନ୍ କରିଥିବା ବେଳେ ୧୮ଟି ଟେଷ୍ଟରେ ୭୬୮ ରନ୍ କରିଛନ୍ତି । ସମୁଦାୟ ୭ଟି ଶତକ ଓ ୪୮ଟି ଅର୍ଦ୍ଧଶତକ କରିଛନ୍ତି । ସେହିଭଳି ଟି-୨୦ରେ ତାଙ୍କ ସମୁଦାୟ ରନ୍ ୧୬୦୫ ।

Leave a Reply