ମହାନଦୀ ବିବାଦର ସମାଧାନ ପାଇଁ ଉଦ୍ଯମ କରିବେ ନୂଆ ସରକାର : ସୁରେଶ ପୂଜାରୀ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ବିବାଦର ସମାଧାନ ପାଇଁ ଉଦ୍ଯମ କରିବେ ନୂଆ ସରକାର । ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ସରକାର ସହ ଓଡ଼ିଶା ସରକାର ଆଲୋଚନା କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୁରେଶ କହିଛନ୍ତି, କେନ୍ଦ୍ରୀୟ ଜଳ କମିଶନଙ୍କ ପାଖରେ କିମ୍ବା ଜାତୀୟ ଜଳ ବିବାଦ ଟ୍ରିବ୍ୟୁନାଲ ପାଖରେ ପୂର୍ବ ସରକାର ନିଜର ତଥ୍ଯ ପ୍ରମାଣ ସଠିକ ଭାବେ ଉପସ୍ଥାପନ କରିନାହାନ୍ତି । ନୂଆ ସରକାର ତଥ୍ଯ ପ୍ରମାଣ ସହ ଆବେଦନ କରିବେ । ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ସମସ୍ୟାର ସମାଧାନ କରାଯିବ । ଅନ୍ଯପଟେ ରାଜସ୍ବ ମାମଲା ଗୁଡିକର ତୁରନ୍ତ ସମାଧାନ ଓ ରାଜସ୍ବ ସେବା ବିକଶିତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ସଠିକ ମୁକାବିଲା ଓ ସମାଧାନ ନେଇ ବୈଷୟିକ କୌଶଳ ଓ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେବେ ସରକାର ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ ତହସିଲ କାର୍ଯ୍ୟାଳୟରୁ ଆବେଦନକାରୀ ସମସ୍ତ ପ୍ରମାଣ ପତ୍ରପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।