ପ୍ରେମ ପାଇଁ ୫ ଜଣଙ୍କୁ ମାରି ୧୦ ଫୁଟ୍ ତଳେ ପୋତି ଦେଲା

Surendra Killed 5 For Love In Madhya Pradesh

ଭୋପାଳ: ମଧ୍ୟପ୍ରଦେଶର ଦେବାସ ନେମାବରରେ ୫ ଜଣଙ୍କୁ ବିଭତ୍ସ ହତ୍ୟାର ଖିଅ ଖୋଲୁଛି । ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ଓ ସାଥୀ କରଣଙ୍କୁ ପୋଲିସ ୨ ଦିନର ରିମାଣ୍ଡରେ ନେବା ପରେ ଜେଲ୍ ପଠାଇ ଦିଆଯାଇଛି । ଅଭିଯୁକ୍ତ ରାକେଶ ନିମୋରଙ୍କୁ ଦିନକ ପାଇଁ ରିମାଣ୍ଡରେ ନେଇଛି ପୋଲିସ । ଏଥିସହ ସୁରେନ୍ଦ୍ରର ଭାଇ ବୀରେନ୍ଦ୍ରଙ୍କୁ ବି ରିମାଣ୍ଡରେ ନେଇଛି ପୋଲିସ । ମାମଲାରେ ଏବେ ଯାଏ ୭ ଜଣଙ୍କୁ ଗିରଫ କରାଯାଇଛି ।

ମଧ୍ୟପ୍ରଦେଶର ନେମାବରରେ ଜୁନ୍ ୨୯ ସନ୍ଧ୍ୟାରେ ମାଟି ତଳୁ ୫ ଜଣଙ୍କ ମୃତଦେହ ମିଳିଥିଲା । ମୃତକମାନେ ମେ ୧୩ ତାରିଖରୁ ନିଖୋଜ ଥିଲେ । ପୋଲିସ ଏମାନଙ୍କ ସନ୍ଧାନରେ ଲାଗିଥିଲା । ନିଖୋଜଙ୍କ ମଧ୍ୟରେ ଜଣେ ମହିଳା, ୩ ଯୁବତୀ ଓ ଜଣେ ଯୁବକ ଥିଲେ । ମୁଖବୀରଙ୍କ ସୂଚନା ପ୍ରକାରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ପୋଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତଙ୍କୁ ନେବା ସହ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ କାବୁ କରିଥିଲା । ଏଥିସହ ମାଟି ଖୋଳି ୫ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଜେସିବିରେ ପ୍ରାୟ ୧୦ ଫୁଟ୍ ଖୋଳିବା ପରେ ୫ ଜଣଙ୍କ ଶବ ମିଳିଥିଲା । ସୂଚନା ପାଇବା ପରେ ଉଜ୍ଜୟିନୀ ଆଇଜି/ଏଡିଜି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏଡିଜିଙ୍କ ସୂଚନା ପ୍ରକାରେ ଏ ଜଘନ୍ୟ ହତ୍ୟାକାଣ୍ଡ ସୁରେନ୍ଦ୍ର ଓ ରୂପାଲିଙ୍କ ପ୍ରେମକୁ ନେଇ ହୋଇଛି । ମୃତ ଯୁବତୀଙ୍କ ସହ ସୁରେନ୍ଦ୍ରର ପ୍ରେମ ସମ୍ପର୍କ ଥିଲା । ଆଉ ଅନ୍ୟ କେଉଁଠି ସୁରେନ୍ଦ୍ରର ବିବାହ ସ୍ଥିର ହୋଇଥିଲା । ଆଉ ରୂପାଲି ଚାହୁଁ ନଥିଲା ସୁରେନ୍ଦ୍ର ଅନ୍ୟ କେଉଁଠି ବାହା ହେଉ । ଏହାପରେ ରୂପାଲିକୁ ରାସ୍ତାରୁ ହଟାଇବାକୁ ଯାଇ ସୁରେନ୍ଦ୍ର ସାଥୀଙ୍କ ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଥିଲା ।

Leave a Reply