ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟକା । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାମଲା ସୁରଟ କୋର୍ଟରେ ଚାଲିଥିଲା ବେଳେ ଆଜିଥିଲା ଶୁଣାଣି । ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ କୋର୍ଟ । ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବିବୃତି ଦେଇଥିଲେ ରାହୁଲ ।
ଯାହାକୁ ନେଇ ମାମଲା ପହଁଚିଥିଲା ଅଦାଲତରେ । ୨୦୧୯ ନିର୍ବାଚନ ବେଳେ ଆପତ୍ତିଜନକ ବିବୃତ୍ତି ରଖିଥିଲେ ରାହୁଲ ଗାନ୍ଧୀ । ସେପଟେ ଆଗକୁ ପୋଲିସ ରାହୁଲ ଗାନ୍ଧୀକୁ ଗିରଫ ମଧ୍ୟ କରିପାରେ । ଆଇନଜୀବୀଙ୍କ କହିବା ମୁତାବକ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷର ଜେଲ ଦଣ୍ଡ ରହିଥାଏ । ତେଣୁ ଆଗକୁ ରାହୁଲ ଗାନ୍ଧୀ ଗିରଫ ହେଇଛନ୍ତି କି ନାହିଁ ତାହା ଦେଖିବାକୁ ବାକି ।