ଧନଶ୍ରୀ ଭାବି ଏହି ଅଭିନେତ୍ରୀଙ୍କୁ ଗାଳି କରୁଛନ୍ତି ୟୁଜର୍ସ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ସ୍ପିନର ବୋଲର ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ୪.୭୫ କୋଟି ଟଙ୍କାର ଭରଣପୋଷଣ ଚହଲ ଧନଶ୍ରୀଙ୍କୁ ଦେଇଛନ୍ତି । ତେବେ ଏହି ଛାଡ଼ପତ୍ର ପରେ ୟୁଜର୍ସମାନେ ଧନଶ୍ରୀଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ତେବେ ଏକ ଭୁଲ୍ ବୁଝାମଣା ପାଇଁ ଟ୍ରୋଲର ଶିକାର ହେବା ସହ ଗାଳି ଶୁଣିବାକୁ ପଡ଼ିଛି ଅନ୍ୟଜଣେ ଅଭିନେତ୍ରୀଙ୍କୁ । ସୁରଭି ଚନ୍ଦନା ନାମକ ଅଭିନେତ୍ରୀ ଧନଶ୍ରୀଙ୍କ ଭଳି ଦେଖାଯାଉଛନ୍ତି । ଯେଉଁ କାରଣରୁ ୟୁଜର୍ସମାନେ ତାଙ୍କୁ ଧନଶ୍ରୀ ଭାବି ତାଙ୍କ ପୋଷ୍ଟରେ କମେଣ୍ଟ କରି ଗାଳି କରୁଛନ୍ତି । ତୁମେ ଚହଲ ଭାଇଙ୍କ ହୃଦୟ ଭାଙ୍ଗିଲ । କାହିଁକି ଏମିତି କଲ ? ଏଭଳି ଅନେକ ୟୁଜର୍ସ ଗାଳି କରୁଥିବା ସେ କହିଛନ୍ତି । ତେବେ ଅନେକ ୟୁଜର୍ସଙ୍କ କମେଣ୍ଟରେ ଉତ୍ତର ଦେଇ ସୁରଭି କହିଛନ୍ତି କି, ମୁଁ ଧନଶ୍ରୀ ନୁହେଁ ସୁରଭି । ତେବେ କିଛି ୟୁଜର୍ସ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ଯଦି ଆମେ ସୁରଭିଙ୍କ କଥା କହିବା ତାହେଲେ ସେ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ଭୁଲ୍ ବୁଝାମଣା ପାଇଁ ତାଙ୍କୁ ୟୁଜର୍ସମାନେ ବିଭିନ୍ନ ଖରାପ କମେଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।