ଓଡ଼ିଆ ସ୍ବାଭିମାନ ସବୁବେଳେ ବଞ୍ଚିଛି : ସୁର ରାଉତରାୟ

ଭୁବନେଶ୍ବର: ଦିଲ୍ଲୀର କିଛି ନେତା ୧୦ ମିନିଟ ଭାଷଣ ଦେଇ ଓଡ଼ିଆ ସ୍ବାଭିମାନ କଥା କହୁଛନ୍ତି । କେବଳ ରାଜନୀତି ପାଇଁ ସେମାନେ ଏପରି କହୁଛନ୍ତି କହି ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ଓଡ଼ିଆ ସ୍ବାଭିମାନ ସବୁବେଳେ ବଞ୍ଚିଛି । ଓଡ଼ିଆ ଜାତି କେବେବି ପଛଘୁଞ୍ଚା ଦେଇନି । ବ୍ରିଟିଶ ସରକାର ବିରୋଧରେ ଓଡ଼ିଆଙ୍କ ଲଢେଇ ସାରା ବିଶ୍ବ ଦେଖିଛି । ଜୟିରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ବ ଆମର ଗର୍ବ । ହେଲେ ବିରୋଧୀ ଦଳ କେବଳ ଡ୍ରାମା କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ସୁରେଶ ରାଉତରାୟ ।