ଆଞ୍ଚଳିକ ଦଳକୁ ଭୋଟ ଦେବାକୁ ସୁରଙ୍କ ଅପିଲ

ଭୁବନେଶ୍ୱର: କଂଗ୍ରେସ କାହିଁକି କୌଣସି ଜାତୀୟ ଦଳକୁ ଭୋଟ୍ ଦିଅନି । ଆଞ୍ଚଳିକ ଦଳକୁ ଭୋଟ ଦିଅ । ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ଭଲ ପ୍ରଦର୍ଶନ କରୁଛି । ଆଞ୍ଚଳିକ ଦଳ ଆଗରେ ମାଟି କାମୁଡିଛନ୍ତି ଜାତୀୟ ଦଳ । ଭୋଟର ଆଞ୍ଚଳିକ ଦଳ ଆଡ଼କୁ ମୁହାଁଉଥିବାବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ରାଉତରାୟ ।

ସାରା ଦେଶରେ ଏବେ ଜାତୀୟ ଦଳକୁ ଗ୍ରହଣ କରୁନାହାନ୍ତି ଭୋଟର । ଜାତୀୟ ଦଳ କଂଗ୍ରେସ ଓ ବିଜେପି ଛାଡି ଆଞ୍ଚଳିକ ଦଳ ମୁହାଁ ଭୋଟର । ତେବେ ଦେଶରେ ବିଭିନ୍ନ ରାଜ୍ୟରେ ଜାତୀୟ ଦଳର ପତନ ଓ ଆଞ୍ଚଳିକ ଦଳର ଏହି ଉତଥାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ଦଳକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଏବେ ସବୁ ଆଞ୍ଚଳିକ ଆଞ୍ଚଳିକ ଦଳକୁ ସୁଦୃଢ଼ କର ଏବଂ ପରିବର୍ତ୍ତନ ଆଣିବାକୁ କହିଛନ୍ତି ସୁରେଶ ରାଉତରାୟ ।

ସୂଚନା ଅନୁସାରେ ଏବେ ନିକଟରେ ଶେଷ ହୋଇଛି ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହି ୫ ରାଜ୍ୟରୁ ୪ ରାଜ୍ୟରେ ସରକାର କରିଛି ବିଜେପି ଏବଂ ଗୋଟିଏ ରାଜ୍ୟ ପଞ୍ଜାବରେ ସରକାର ଗଢ଼ିଛି ଆମ୍ ଆଦମୀ ପାର୍ଟି । ସବୁଠାରୁ ବଡ଼ କଥା ହେଉଛି ଏହି ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନୈରାଶଜନକ ପ୍ରଦଶର୍ନ କରିଛି କଂଗ୍ରେସ । ଯଦିଓ ୫ ରାଜ୍ୟରୁ ୪ ରାଜ୍ୟରେ ସରକାର କରିଛି ଜାତୀୟ ଦଳ ଭାରତୀୟ ଜନତା ପାର୍ଟି । କିନ୍ତୁ ବିଭିନ୍ନ ରାଜ୍ୟରେ ଏବେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ବେଶ୍ ଭଲ ପ୍ରଦଶର୍ନ କରୁଛି । ଆଞ୍ଚଳିକ ଦଳ ଆଗରେ ମାଟି କାମୁଡି ପଡ଼ୁଛି ଜାତୀୟ ଦଳ । ତେବେ ଏପ୍ରିଲ ୧୨ରେ ଦେଶର ଗୋଟିଏ ଲୋକସଭା ଆସନ ଓ ୪ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବାଜି ମାରିଛି ଆଞ୍ଚଳିକ ଦଳ ।

ଦେଶରେ ବିଭିନ୍ନ ରାଜ୍ୟରେ ଏବେ ଆଞ୍ଚଳିକ ଦଳ ସୁଦୃଢ଼ ହେବାରେ ଲାଗିଛି । ଓଡ଼ିଶାରେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଆଗରେ ହାର୍ ମାନିଛି ଜାତୀୟ ଦଳ । ଜାତୀୟ ଦଳକୁ ପଛରେ ପକାଇ ବିଜେଡି ୨୦୦୦ ମସିହାରୁ ରାଜ୍ୟର ଶାସନ ଭାର ଚଲାଇଛି । ସେହିପରି ଭାବରେ ପଶ୍ଚିମବଙ୍ଗରେ ମଧ୍ୟ ଜାତୀୟ ଦଳକୁ ମାତ୍ ଦେଇ ସରକାର କରିଛି ତୃଣମୂଳ କଂଗ୍ରେସ । ଅନ୍ୟପକ୍ଷରେ ଦିଲ୍ଲୀ, ପଞ୍ଜାବରେ ମଧ୍ୟ କ୍ଲିନ୍ ସୁଇପ କରି ସରକାର କରିଛି ଆଞ୍ଚଳିକ ଦଳ ଆମ୍ ଆଦମୀ ପାର୍ଟି । ସେହିପରି ତାମିଲନାଡୁରେ ଡିଏମକେ, ମହାରାଷ୍ଟ୍ରରେ ଏନସିପି ଓ ଶିବସେନା, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ବିହାରରେ ଆରଜେଡି, ଝାଡ଼ଖଣ୍ଡରେ ଜେଏମଏମ ଦଳ ମଧ୍ୟ ଜାତୀୟ ଦଳକୁ ଚେକ୍ ଦେଇପାରିଛି ।